ବାହାହେଲେ ଚେସ ତାରକା ପଦ୍ମିନୀ ରାଉତ

ଭୁବନେଶ୍ବର:  ଚେସ ତାରକା ପଦ୍ମିନୀ ରାଉତ ବିବାହ ବନ୍ଧନରେ ବାନ୍ଧି  ହୋଇଛନ୍ତି। ମୁମ୍ବାଇର ଜୟକିଶିନ ମନକାନୀଙ୍କୁ ପଦ୍ମିନୀ ରାଉତ ବିବାହ କରିଛନ୍ତି। ଭୁବନେଶ୍ବରର ପଟିଆ ଅଞ୍ଚଳରେ ଥିବା ଏକ ତାରକା ହୋଟେଲରେ ହିନ୍ଦୁ ବୈଦିକ ରୀତିରେ ପଦ୍ମିନୀ ରାଉତ ଓ ଜୟକିଶିନି ମନକାନୀଙ୍କ ମଧ୍ୟରେ ବିବାହ ସମ୍ପନ୍ନ ହୋଇଛି। ବିବାହ ମଣ୍ଡପରେ ଓଡ଼ିଶା ସମେତ ଦେଶର ନାମିଦାମି ଚେସ ତାରକା ଉପସ୍ଥିତ ଥିବା ଦେଖିବାକୁ ମିଳିଛି।

ମୁମ୍ବଇର ଜୟକିଶିନ ମନକାନୀ ଜଣେ ଚେସ ପ୍ରଶଂସକ ଏବଂ ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ପଦ୍ମିନୀ ରାଉତ ତାଙ୍କୁ ବିବାହ କରିବା ପରେ ଚେସ ଖେଳ ଜାରି ରଖିବେ ବୋଲି ସୂଚନା ମିଳିଛି।

Comments are closed.