ଗାଧୋଇବାବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ପୁତୁରା ମୃତ, ମାଉସୀ ଗୁରୁତର

ଚାନ୍ଦିପୁଟ : ଗାଧୋଇବା ବେଳେ  ଅଘଟଣ। ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ପୁତୁରାର ମୃତ୍ୟୁ ହୋଇଥିବାବେଳେ ମାଉସୀ ଗୁରୁତର ହୋଇଛନ୍ତି। ଗଜପତି ଜିଲା ଆର୍ ଉଦୟଗିରି ବ୍ଳକ କାଟମପଡ଼ା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ରଣ୍ଡିବା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାମନପଡା ଗ୍ରାମର ତ୍ରିଲୋଚନ ବେହେରଦଳାଇ  ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ ତ୍ରିଲୋଚନ ନିମ ମାମୁଁ ଘର ଗ୍ରାମ କାଟମପଡା ଗ୍ରାମରେ ରହି ପାଠ ପଢ଼ୁଥିଲେ । ତେବେ ଆଜି ଅପରାହ୍ନରେ ଗ୍ରାମ ନିକଟସ୍ଥ ଏକ ନାଳକୁ ତ୍ରିଲୋଚନ ବେହେରଦଳାଇ ଗାଧୋଇବାକୁ ଯାଇଥିଲେ । ହେଲେ ଦୁର୍ଭାଗ୍ୟବଶତଃ ନାଳନିକରେ ଗଢ଼ିଉଠିଥିବା  ଇଟାଭାଟିକୁ ପାଇପ ଯୋଗେ ଯୋଗାଣ କରାଯାଉଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ଘଟଣାସ୍ଥଳରେ ସେ ଅଚେତ ଅବସ୍ଥାରେ ପଡିରହିଥିଲେ ।
ତ୍ରିଲୋଚନ ଘରକୁ ଫେରିବାରେ ବିଳମ୍ବ ହେବାରୁ ମାଉସୀ ଯମୁନା କାର୍ଯୀ ଖୋଜାଖୋଜି କରିବାକୁ ଯାଇଥିଲେ। । ସେଠାରେ ଅଚେତ ଅବସ୍ଥାରେ ପଡ଼ିଥିବା ତ୍ରିଲୋଚନକୁ ମାଉସୀ ଉଠାଇବାକୁ ଚେଷ୍ଟାକରିବାରେ ବିଦ୍ୟୁତ୍ ଆଘାତ ପାଇ ଆହତ ହୋଇଥିଲେ।
ଗ୍ରାମବାସୀ ଦୁଇଜଣଙ୍କୁ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ । ହେଲେ ତ୍ରିଲୋଚନଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଆହତ ମାଉସି ଯମୁନାର ଚିକିତ୍ସା ଜାରି ରହିଛି। ଚନ୍ଦ୍ରଗିରି ମେଡିକାଲରେ  ଆର୍ ଉଦୟଗିରି ପୁଲିସ୍ ପହଞ୍ଚି ମୃତଦେହକୁ ଜବତ ସହ ଅଧିକା ତଦନ୍ତ ଚଳାଇଥିବା ଜଣାପଡ଼ିଛି।

Comments are closed.