ଆଦିବାସୀଙ୍କୁ ସ୍ବାଭଲମ୍ବୀ ସହ ବଞ୍ଚିବା ପାଇଁ ମତ୍ସ୍ୟଚାଷ ତାଲିମ

ଚାନ୍ଦିପୁଟ:  ଗଜପତି ଜିଲାର ଚନ୍ଦ୍ରଗିରି ଅଞ୍ଚଳରେ ବସବାସ କରୁଥିବା ପଛୁଆ ବର୍ଗ ତଥା ଆର୍ଥିକ ଅନଗ୍ରସର ଚିହ୍ନଟ ଆଦିମ ଜନଜାତିମାନଙ୍କୁ ସ୍ବାଭଲମ୍ବୀର ସହ ବଞ୍ଚିବା ପାଇଁ ମତ୍ସ୍ୟଚାଷ ତାଲିମ ପ୍ରଦାନ କରାଯିବା ସହ ଆବଶ୍ୟକୀୟ ଉପକରଣ ବଣ୍ଟନ କରାଯାଇଛି ।‌ ଚନ୍ଦ୍ରଗିରି ସଉରା ଉନ୍ନୟନ ସଂସ୍ଥା ପରିସର ରେ ଭୁବନେଶ୍ୱର ରୁ ଆସିଥିବା ଅଗ୍ରଣୀ ଅନୁଷ୍ଠାନ ଆସିଏଆର ସିଫା (କେନ୍ଦ୍ରୀୟ ମଧୁର ଜଳ ଜୀବ ପାଳନ ଅନୁସନ୍ଧାନ ସଂସ୍ଥାନ) ସହଯୋଗରେ ସମ୍ୱନ୍ୱିତ ମାଛ ଚାଷ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ୧୦୦ ଜଣ ମିସନ ଶକ୍ତି ସ୍ବୟଂ ସହାୟିକା ଗୋଷ୍ଠୀ ସଦସ୍ୟା ଉପସ୍ଥିତ ରହିଥିଲେ। ସମସ୍ତ ଗୋଷ୍ଠୀକୁ ସିଫା, ଭୁବନେଶ୍ୱର ତରଫରୁ ମାଛ ଯାଆଁଳା, ମାଛ ଖାଦ୍ୟ, ପାଣି ମଟର, କୁକୁଡ଼ା ଚିଆଁ, ବତକ ଚିଆଁ ପ୍ରଦାନ କରାଯାଇଥିଲା। ଚନ୍ଦ୍ରଗିରି ସୈରା ଉନ୍ନୟନ ସଂସ୍ଥା ର ସ୍ବତନ୍ତ୍ର ଅଧିକାରୀ ବନମାଳୀ ଭୂୟାଁ ,  ସିଫା ବୈଜ୍ଞାନିକ ସୁଧାଂଶୁ ଶେଖର ମିଶ୍ର ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ । ପ୍ରକଳ୍ପ ପରିଚାଳକ ଶ୍ରୀଧର କୁମାର ସାହୁ, ମୁରଲୀ ଚୌଧୁରୀ ,ସତ୍ୟ ନାରାୟଣ ସାହୁ ପ୍ରମୁଖ ସହଯୋଗ କରିଥିଲେ

Comments are closed.