www.samajalive.in
Sunday, December 7, 2025
23.1 C
Bhubaneswar

ମତଦାନ କେନ୍ଦ୍ରକୁ ମୋବାଇଲ ଓ ସ୍ମାର୍ଟ ୱାଚ ବାରଣ, ଅସନ୍ତୋଷ ବ୍ୟକ୍ତ କଲେ ଭୋଟର

ଭୁବନେଶ୍ବର: ଆଜି ରାଜ୍ୟରେ ତୃତୀୟ ପର୍ୟ୍ୟାୟ ମତଦାନ ଜାରି ରହିଥିବାବେଳେ ମତଦାନ କେନ୍ଦ୍ରକୁ ମୋବାଇଲ ଓ ସ୍ମାର୍ଟ ୱାଚ ନେବାକୁ ବାରଣ କରାଯାଇଥିଲା। ଏହାକୁ ନେଇ ଭୋଟରମାନେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି। ମୋବାଇଲ ନ ନେବାକୁ ନିୟମ ଲାଗୁ ହୋଇଥିବା ବେଳେ ଅନେକ ଲୋକ ଏକଥା ଜାଣି ନାହାନ୍ତି । ଅପରପକ୍ଷରେ ମତଦାନ କେନ୍ଦ୍ରରେ ମୋବାଇଲ ରଖିବାକୁ କୌଣସି ବ୍ୟବସ୍ଥା ହୋଇ ନ ଥିବାରୁ ଭୋଟର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତେବେ ବାହାରେ ମୋବାଇଲ ଏବଂ ସ୍ମାର୍ଟ ୱାଚ ବାହାରେ ରଖିବା ପରେ ଭୋଟରମାନେ ମତଦାନ କରିଥିବା ଜଣାପଡ଼ିଛି।

ସମ୍ବଲପୁର, କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ ଓ କେନ୍ଦୁଝର ସଂସଦୀୟ କ୍ଷେତ୍ରରେ ଭୋଟ ଗ୍ରହଣ କରାଯାଉଛି। ଏହାରି ମଧ୍ୟରେ ମତଦାନ କେନ୍ଦ୍ର ଭିତରକୁ ମୋବାଇଲ ଫୋନ୍ ନେବାକୁ ବାରଣ କରାଯାଇଛି।  କିଛି ବୁଥ୍‌ରେ ଭୋଟର ମାନେ ମୋବାଇଲ ନେଇ ଯାଉଥିବା ଦେଖିବାକୁ ମିଳିଛି। ତେଣୁ ଏପରି ନକରିବାକୁ ଉଭୟ ଭୋଟର ଏବଂ ଅଧିକାରୀଙ୍କ ପ୍ରେସମିଟ୍ ଜରିଆରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଅନୁରୋଧ କରିଥିଲେ। ଭୋଟରମାନଙ୍କ ବୁଥ୍ ଭିତରକୁ ମୋବାଇଲ ଫୋନ୍ ନ ନେବାକୁ ସେ ଅନୁରୋଧ କରିଛନ୍ତି। ବୁଥ୍ କୁ ସ୍ମାର୍ଟ ଓ୍ବାଚ୍ ପିନ୍ଧିକି ଯିବା ବାରଣ ବୋଲି କହିଛନ୍ତି ସିଇଓ।

- Advertisement -

ସୂଚନା ଅନୁଯାୟୀ, ସକାଳ ୭ରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ଭୋଟ୍ ଦେବା ଲାଗି ସକାଳୁ ବୁଥ ମାନଙ୍କରେ ଭୋଟରମାନେ ଭିଡ଼ ଲଗାଇଥିଲେ। ଆଜି ୬ ଲୋକସଭା ଆସନ କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନପାଇଁ ଭୋଟ ଗ୍ରହଣ ହେଉଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories