ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ୍ଙ୍କ ପତ୍ନୀ ନଳୀନି ଚିଦମ୍ବରମ୍ଙ୍କ ବିରୋଧରେ ସିବିଆଇ ଅଭିଯୋଗଫର୍ଦ ଦାଖଲ କରିଛି। ଶୁକ୍ରବାର ସିବିଆଇ ଅଧିକାରୀଙ୍କ କହିବା ଅନୁଯାୟୀ ଚିଟଫଣ୍ଡ ଦୁର୍ନୀତିରେ ଜଡିତ ସାରଦା କମ୍ପାନୀ ଠାରୁ ନଳୀନି ୧.୪କୋଟି ଟଙ୍କା ନେଇଥିବା ଅଭିଯୋଗ ଆଧାରରେ ଏହି ଅଭିଯୋଗଫର୍ଦ ଦାଖଲ କରାଯାଇଛି। ସିବିଆଇ ମୁଖପାତ୍ର ଅଭିଷେକ ଦୟାଲ କହିଛନ୍ତି ଯେ ନଳୀନି ସାରଦା ଗ୍ରୁପ ମାଲିକ ସୁଦୀପ୍ତ ସେନ ଓ ଅନ୍ୟ ଅଭିଯୁକ୍ତଙ୍କ ସହିତ ଫୌଜଦାରୀ ଷଡଯନ୍ତ୍ରରେ ଜଡିତ ଥିଲେ। ସାରଦା ଗ୍ରୁପର ଅର୍ଥକୁ ଲୁଟିବା ଓ ଅନୈତିକ ବାଟରେ ବିନିଯୋଗ କରିବା ଭଳି ଷଡଯନ୍ତ୍ରରେ ନଳୀନି ସାମିଲ ଥିଲେ।
Popular Categories



