ମହିଳାଙ୍କ ପାଇଁ ଖାସ୍ ସୁବିଧା ଆଣିଲା କାନାରା ବ୍ୟାଙ୍କ, ବୀମା ସହ ମିଳିବ ଋଣ

ଭୁବନେଶ୍ବର : କାନାରା ବ୍ୟାଙ୍କ କଟକ ଆଞ୍ଚଳିକ ଶାଖା ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପଭୋକ୍ତାଙ୍କୁ କିଭଳି ସହଜରେ ଅନେକ ସୁବିଧା ସୁଯୋଗ ଯୋଗାଇହେବ ସେ ସମ୍ପର୍କରେ ଆଲୋଚନା ହେବା ସହ ବୈଠକରେ ବ୍ୟାଙ୍କରୁ ମିଳୁଥିବା ସୁବିଧା ସମ୍ପର୍କରେ ଜାଣିବାର ସୁଯୋଗ ପାଇଥିଲେ ଉପଭୋକ୍ତା ।

ଏହି ଅବସରରେ ମହିଳାଙ୍କ ପାଇଁ ଆଣିଥିବା କିଛି ସ୍ବତନ୍ତ୍ର ଉତ୍ପାଦ ସମ୍ପର୍କରେ ବ୍ୟାଙ୍କ ସୂଚନା ଦେଇଥିଲା । ବ୍ୟାଙ୍କ ତରଫରୁ ମହିଳାଙ୍କ ପାଇଁ ‘କାନାରା ଆଞ୍ଜେଲ ସେଭିଂ ଆକାଉଣ୍ଟ’ ଏବଂ ‘କାନାରା ମହିଳା ବିକାଶ ସ୍କିମ’ର ସୁବିଧା ସମ୍ପର୍କରେ ସୂଚନା ଦିଆଯାଇଥିଲା । ଏଥିରେ ଦୁର୍ଘଟଣା ଜନିତ ଅଘଟଣରେ ବୀମା ରୂପେ ୨୬ ଲକ୍ଷ ଟଙ୍କାର ସୁବିଧା ସହ କ୍ୟାନ୍ସର ଚିକିତ୍ସା ନିମନ୍ତେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁବିଧା ମିଳିବ । ସେହିଭଳି କାନାରା ମହିଳା ବିକାଶ ସ୍କିମ ଅନୁସାରେ ମହିଳାଙ୍କୁ ବ୍ୟବସାୟ ଆରମ୍ଭ କରିବା ପାଇଁ ୧୦ ଲକ୍ଷ ଟଙ୍କାଠୁ ଆରମ୍ଭ କରି ୫ କୋଟି ଟଙ୍କା ପର୍ଯ୍ୟନ୍ତ ଋଣର ସୁବିଧା ମିଳିବ । ମହିଳା ଗ୍ରାହକଙ୍କୁ ଏ ସମ୍ପର୍କରେ ବୁଝାଇଥିଲେ ବ୍ୟାଙ୍କ କର୍ମଚାରୀ ।

କାନାରା ବ୍ୟାଙ୍କର ପିପିଲି ଶାଖା ଉଦ୍‌‌ଘାଟିତ

ଏହି ଅବସରରେ କାନାରା ବ୍ୟାଙ୍କ କର୍ପୋରେଟ୍ ହେଡ୍ ଜଗଦୀଶ ଚନ୍ଦର୍, ଡେପୁଟି ଜେନେରାଲ ମ୍ୟାନେଜର ନେତ୍ର ମୋହନ ପାତ୍ର ଏବଂ ଆଞ୍ଚଳିକ ଶାଖା ସହକାରୀ ମହାପ୍ରବନ୍ଧକ ନୀରଜ କୁମାର ମିଶ୍ର ଯୋଗଦେଇଥିଲେ । ନୀରଜ ମିଶ୍ର ଏହି ନୂଆ ସୁବିଧା ସମ୍ପର୍କରେ ବୁଝାଇଥିଲେ ।

Comments are closed.