www.samajalive.in
Saturday, December 6, 2025
19.1 C
Bhubaneswar

କାନାରା ବ୍ୟାଙ୍କର ପିପିଲି ଶାଖା ଉଦ୍‌‌ଘାଟିତ

ପିପିଲି : ଦେଶର ଅନ୍ୟତମ ଅଗ୍ରଣୀ ରାଷ୍ଟ୍ରାୟତ୍ତ ବ୍ୟାଙ୍କ କାନାରା ବ୍ୟାଙ୍କର ଏକ ନୂତନ ଶାଖା ପିପିଲି ପୌରାଞ୍ଚଳର ହାଟଛକ ଠାରେ ଶୁକ୍ରବାର ଉଦ୍‌‌ଘାଟିତ ହୋଇ ଯାଇଛି। ଏହି ନୂତନ ଶାଖା ସମେତ ସେଠାରେ ଏମ୍ଏସ୍ଏମ୍ଇ ଆଉଟରିଚ୍‌‌ କାର୍ଯ୍ୟକ୍ରମକୁ ବ୍ୟାଙ୍କର ମଣ୍ଡଳ ମୁଖ୍ୟ ଜଗଦୀଶ ଚନ୍ଦର ଉଦ୍ଘାଟନ କରିଥିଲେ। ଏହି ଅବସରରେ ଆୟୋଜିତ ଏକ ଗ୍ରାହକ ସମାବେଶରେ ଶ୍ରୀ ଚନ୍ଦରଙ୍କ ସମେତ କାନାରା ବ୍ୟାଙ୍କର କ୍ଷେତ୍ରୀୟ ମୁଖ୍ୟ ମହାମାୟା ପ୍ରସାଦ ରାଏ, ସହାୟକ ମହାପ୍ରବନ୍ଧକ ରୀତା ଦାସ, ଡିଭିଜନାଲ ମ୍ୟାନେଜର ବେଦବ୍ୟାସ ପ୍ରଧାନ, ପିପିଲି ଶାଖା ମୁଖ୍ୟ ରତିକାନ୍ତ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ରାଜ୍ୟର ଅର୍ଥନୈତିକ ଅଗ୍ରଗତିରେ କାନାରା ବ୍ୟାଙ୍କର ଉଲ୍ଲେଖନୀୟ ଅବଦାନ ରହିଥିବା ସଂପର୍କରେ ଆଲୋକପାତ କରିଥିଲେ। ଏଠାରେ ଗ୍ରାହକ ସେବାକୁ ପ୍ରାଥମିକତା ଦିଆଯିବା ସହ ସମସ୍ତ ପ୍ରକାର ବ୍ୟାଙ୍କ ସେବା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ। ଖୁବ୍‌‌ ଶିଘ୍ର ସେଠାରେ ଲକର ସୁବିଧା ଉପଲବ୍ଧ ହେବ ବୋଲି ଅତିଥିମାନେ ପ୍ରକାଶ କରିବା ସହ ଏମଏସ୍‌‌ଏମଇ ଋଣ, ମୁଦ୍ରା ଋଣ, ସୁନା ବନ୍ଧକ ଋଣ, ଏସ୍‌‌ଏଚ୍‌‌ଜି ଋଣ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଋଣ ଏବଂ ବ୍ୟାଙ୍କିଂ ସେବା ପ୍ରଦାନ କରାଯିବ ବୋଲି ପ୍ରକାଶ କରିଥିଲେ। ଶେଷରେ ଡିଭିଜନାଲ ମ୍ୟାନେଜର ଦୀପକ କୁମାର ଧନ୍ୟବାଦ ଅର୍ପଣ କରିଥିଲେ।

 

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories