www.samajalive.in
Sunday, December 7, 2025
26.1 C
Bhubaneswar

ବୁର୍ଲା ଭିମସାର: ନୂତନ ଭାରପ୍ରାପ୍ତ ନିର୍ଦେଶକ ହେଲେ ଭାବଗ୍ରାହୀ ରଥ, ବର୍ଷା ଟଡୁଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲା ସ୍ବାସ୍ଥ୍ୟ ବିଭାଗ

ବୁର୍ଲା : ବୁର୍ଲା ଭିମସାର ପୁଣି ଗତ ପ୍ରାୟ ୯ ମାସରୁ ଉର୍ଦ୍ଧ୍ବ ହେବ ସ୍ଥାୟୀ ନିର୍ଦ୍ଦେଶକ ପଦରୁ ବଞ୍ଚିତ ରହିଛି। ଏଠାରେ ଭାରପ୍ରାପ୍ତ ନିର୍ଦେଶକ ବ୍ୟବସ୍ଥାରେ ଚାଲିଛି। ଭିମସାରର ନୂତନ ଭାରପ୍ରାପ୍ତ ନିର୍ଦେଶକ ଭାବରେ ଫାର୍ମାକୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଭାବଗ୍ରାହୀ ରଥଙ୍କୁ ରାଜ୍ୟପାଳ ରଘୁବର ଦାସ ନିଯୁକ୍ତି ପ୍ରଦାନ କରିଛନ୍ତି। ଆଜି ଶ୍ରୀ ରଥ ଭାରପ୍ରାପ୍ତ ନିର୍ଦେଶକ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି। ଗତ ବର୍ଷ ମାର୍ଚ୍ଚ ମାସରୁ ସ୍ଥାୟୀ ନିର୍ଦେଶକ ପ୍ରଫେସର ଲଲିତ ମେହେର ଚାକିରିରୁ ଅବସର ନେବା ପରେ ଅସ୍ଥିଶଲ୍ୟ ବିଭାଗୀୟ ମୁଖ୍ୟ ପ୍ରଫେସର ବର୍ଷା ଟୁଡୁଙ୍କୁ ଭାର ପ୍ରାପ୍ତ ନିର୍ଦେଶକ ଦିଆଯାଇଥିଲା। ମାତ୍ର ପ୍ରଫେସର ବର୍ଷା ଟୁଡୁ ସଠିକ ଭାବରେ ପଦବୀର ଭାର ସମ୍ପାଦନ କରି ପାରୁନଥିବା ଅଭିଯୋଗ ଦର୍ଶାଇ ତାଙ୍କୁ ସ୍ବାସ୍ଥ୍ୟ ସଚିବଙ୍କ ତରଫରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

ଭିମସାରର ନିର୍ଦେଶକ ପ୍ରଫେସର ଲଳିତ ମେହେରଙ୍କ ଅବସର ନେବା ପରେ ଭାରପ୍ରାପ୍ତ ନିର୍ଦେଶକ ଭାବରେ ପ୍ରଫେସର ବର୍ଷା ଟୁଡୁଙ୍କୁ ନିଯୁକ୍ତି ଦିଆଯାଇଥିଲା। ମାତ୍ର ଭାରପ୍ରାପ୍ତ ନିର୍ଦେଶକ ପ୍ରଫେସର ଟୁଡୁଙ୍କ ଦାୟିତ୍ୱ ହିନତା ଓ ବେପରୁଆ ମନୋଭାବ ବିଷୟରେ ଗଣମାଧ୍ୟମରେ ବହୁବାର ଖବର ପ୍ରକାଶିତ ହୋଇଥିଲା। ଏହାକୁ ନେଇ ସ୍ୱାସ୍ଥ୍ୟସଚିବ ଶାଲିନୀ ପଣ୍ଡିତଙ୍କ ତରଫରୁ ପ୍ରଫେସର ଟୁଡ଼ୁଙ୍କ ଅବସରର ଠିକ ଗୋଟିଏ ଦିନ ପୂର୍ବରୁ କାର୍ଯ୍ୟାଳୟରେ ଅନୁପସ୍ଥିତ, ବିଶୃଙ୍ଖଳା ଆଚରଣ ଓ ସରକାରୀ ଆଦେଶର ଅବମାନନା କରିଥିବା ନେଇ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories