BJD Bijuli 480×75 Mob

ଜାଣନ୍ତୁ, ଝାଡୁ ସମ୍ବନ୍ଧିତ କିଛି ତଥ୍ୟ

BJD Bijuli 480×75 Mob
0

ଧାର୍ମିକ ଗ୍ରନ୍ଥ ଓ ପୁରାଣରେ ଝାଡୁକୁ ଅଧିକ ମହତ୍ୱ ଦିଆଯାଇଛି। ଝାଡୁକୁ ଲକ୍ଷ୍ମୀଙ୍କ ପ୍ରତୀକ କୁହାଯାଇଥାଏ। ଏହା ସହ ସମ୍ବନ୍ଧିତ କିଛି ତଥ୍ୟର ଧ୍ୟାନ ରଖିବା ଦ୍ୱାରା ଆମର ଅନେକ ଅସୁବିଧା ଦୂର ହୋଇଥାଏ। ବହୁତ ଲୋକ ଅଛନ୍ତି ଝାଡୁ ସମ୍ବନ୍ଧିତ କିଛି ତଥ୍ୟକୁ ଅଣ ଦେଖା କରିଥାନ୍ତି। ଝାଡୁ ବ୍ୟବହାରର ଠିକ ଭାବେ ନ କରିବା ଦ୍ୱାରା ବ୍ୟକ୍ତି ଦରିଦ୍ର ହୋଇଥାଏ। ଝାଡୁ କରିବା ଠାରୁ ଆରମ୍ଭ କରି ଏହାକୁ ରଖିବା ପର୍ଯ୍ୟନ୍ତ ସମସ୍ତ ବିଷୟରେ ଧ୍ୟାନ ଦେବା ଉଚିତ। ଏପରି କରିବା ଦ୍ୱାରା ଅଶୁଭ ଦୃଷ୍ଟିରୁ ରକ୍ଷା ପାଇବା।ଝାଡୁ ସମ୍ବନ୍ଧିତ କିଛି ତଥ୍ୟ:
ଘର ହେଉ କିମ୍ବା କାର୍ଯ୍ୟାଳୟରେ ଝାଡୁର ବ୍ୟବହାର ହେଉ ନଥିବା ବେଳେ ସର୍ବଦା ନିଜ ଦୃଷ୍ଟି ଠାରୁ ଦୂରେଇ ରଖନ୍ତୁ। ସବୁବେଳେ ଝାଡୁ ଦେଖିବା ଭଲ ହୋଇ ନଥାଏ। ଖୋଲାରେ ରଖା ଯାଇଥିବା ଝାଡୁ ଘର ଓ କାର୍ଯ୍ୟାଳୟରେ ସକାରାତ୍ମକ ଶକ୍ତିକୁ ବାହାର କରି ଦେଇଥାଏ।
ବେଳେବେଳେ ଝାଡୁ ଭାଙ୍ଗି ଗଲେ ମଧ୍ୟ ଆମେ ତାର ବ୍ୟବହାର କରିଥାଉ। ଏପରି କରିବା ଦ୍ୱାରା ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ତେଣୁ ଝାଡୁ ଭାଙ୍ଗିଗଲେ ତାର ବ୍ୟବହାର ନ କରି ସଙ୍ଗେ ସଙ୍ଗେ ବଦଳାଇ ଦିଅନ୍ତୁ।ଝାଡୁକୁ କେବେ ବି ଠିଆ କରି ରଖନ୍ତୁ ନାହିଁ। ଏପରି କରିବା ଅଶୁଭ ଅଟେ। ତେଣୁ ସର୍ବଦା ଝାଡୁକୁ ତଳେ ଶୋଇଲା ପରି ରଖନ୍ତୁ।
ସନ୍ଧ୍ୟା ସମୟରେ ଝାଡୁ କରନ୍ତୁ ନାହିଁ। ଏହା କରିବା ଦ୍ୱାରା ମାଆ ଲକ୍ଷ୍ମୀଙ୍କ କ୍ରୋଧର ଶିକାର ହେବାକୁ ପଡିଥାଏ।
ଝାଡୁକୁ ସର୍ବଦା ଘରର ପଶ୍ଚିମ ଦିଗରେ ରଖନ୍ତୁ। ଏହି ଦିଗରେ ଝାଡୁ ରଖିବା ଦ୍ୱାରା ଗୃହ ମଧ୍ୟକୁ ନକାରାତ୍ମକ ଶକ୍ତି ପ୍ରବେଶ କରିପାରି ନଥାଏ।
ହିନ୍ଦୁ ଧର୍ମରେ ଝାଡୁକୁ ମାଆ ଲକ୍ଷ୍ମୀ ବୋଲି କୁହାଯାଇଥାଏ। ତେଣୁ ଝାଡୁକୁ କେବେ ବି ଗୋଡରେ ମାରନ୍ତୁ ନାହିଁ। ଏହାଦ୍ୱାରା ମାଆ ଲକ୍ଷ୍ମୀଙ୍କ ଅପମାନ ହୋଇଥାଏ। ଝାଡୁରେ ଗୋଡ ମାରିବା ଦ୍ୱାରା ଘରେ ଆର୍ଥିକ ସମସ୍ୟା ସୃଷ୍ଟି ହୋଇଥାଏ।ଶନିବାର ଦିନ ପୁରୁଣା ଝାଡୁ ବଦଳାଇ ନୁଆ ଝାଡୁ ବ୍ୟବହାର କରିବା ଉଚିତ। ଅନ୍ୟ କୌଣସି ଦିନରେ ଝାଡୁ ବଦଳାନ୍ତୁ ନାହିଁ।
ଯଦି କୌଣସି ଝାଡୁକୁ ଧୋଇବାକୁ ଚାହୁଁଛନ୍ତି ତେବେ କେବଳ ପାଣି ଦ୍ୱାରା ହିଁ ଧଅନ୍ତୁ। ଅନ୍ୟ କୌଣସି ଦ୍ରବ୍ୟ ବ୍ୟବହାର କରି ଝାଡୁ ଧୁଅନ୍ତୁ ନାହିଁ। ଏପରି କରିବା ଦ୍ୱାରା ଘରର ସଦସ୍ୟଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ।

Leave A Reply