ୱାକଫ ବିଲକୁ ବିରୋଧ: ଜାମୀୟା ମସଜିଦ ଠାରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ

ବୌଦ୍ଧ: ୱାକଫ ଆଇରେ ସଂଶୋଧନ କରିବା ନେଇ ଭାରତ ସରକାର ଏକ ବିଲ ଆଣିଛନ୍ତି, ଯାହାକୁ ନେଇ ସମଗ୍ର ଦେଶରେ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ବିରୋଧ କରାଯାଉଛି ଏବଂ ସ୍ଥାନେ ସ୍ଥାନେ ଏହି ବିଲ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରାଯାଉଛି। ବୌଦ୍ଧ ଜିଲାର ମୁସଲିମ ସମ୍ପ୍ରଦାୟ ପକ୍ଷରୁ ମଧ୍ୟ ଜାମୀୟା ମସଜିଦ ଠାରେ ସଭାପତି ଅବଦୁଲ କଲିମ୍ ଖାନଙ୍କ ନେତୃତ୍ୱରେ ଶାନ୍ତିପୂର୍ଣ୍ଣ ଭାବରେ ଏହି ବିଲକୁ ବିରୋଧ କରିବା ସହିତ ହାତରେ କଳା କପଡ଼ା ବାନ୍ଧି ଏହାର ଶାନ୍ତିପୂର୍ଣ୍ଣ ପ୍ରତିବାଦ କରାଯାଇଛି।
ଭାରତ ସରକାରଙ୍କ ଏହି ବିଲ ଆଣିବାର ଭଲ ଉଦ୍ଦେଶ୍ୟ ନଥିବା ବେଳେ ଏହି ବିଲ ଆସିବା ଦ୍ବାରା ମୁସଲିମ ସମ୍ପ୍ରଦାୟ ଦ୍ଵାରା ଦାନ କରାଯାଇଥିବା ସମ୍ପତ୍ତିକୁ ପରିବର୍ତ୍ତନ କରିବାକୁ ସରକାର ଚାହୁଁଛନ୍ତି ଏବଂ ଏହି ବିଲରେ ବିଭିନ୍ନ କମିଟିରେ ଅଣ ମୁସଲିମଙ୍କୁ ରଖିବାର ବ୍ୟବସ୍ଥା କରାଯାଉଛି ଯାହାକୁ ନେଇ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ବିରୋଧ କରାଯାଇଛି।
ଏହି ବିଲ ବିଷୟରେ ଆଲୋଚନା ପାଇଁ ସରକାରଙ୍କ ପକ୍ଷରୁ ଏକ ଜେପିସି କମିଟି ଗଠନ କରାଯାଇ ମତାମତ ଗ୍ରହଣ କରାଯାଇଥିଲା । ତେବେ ଏହି ଜେପିସି କମିଟିରେ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ଦିଆଯାଇଥିବା ମତାମତ ସଂଶୋଧନକୁ ଗ୍ରହଣ କରାଯାଇ ନଥିଲା ଯାହାକୁ ନେଇ ପୁନଃ ମୁସଲିମ ସମ୍ପ୍ରଦାୟ ଏହାକୁ ବିରୋଧକୁ ବିରୋଧ ସହ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରାଯାଇଛି। ଏହି ବିଲରେ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ଦିଆଯାଇଥିବା ମତାମତ ଗ୍ରହଣ କରାଯିବାକୁ ଦାବି ହୋଇଛି ।
ଆଜିର ଏହି ପ୍ରତିବାଦ ସଭାରେ ମସଜିଦର ଇମାମ୍ ସାହାବୁଦ୍ଧିନ ଖାନ୍, ଅବଦୁଲ ମହସିନ ଖାନ୍, ଜାହିର ଖାନ୍, ସର୍ଫୁଦ୍ଦିନ ଖାନ୍, ନିୟାଜ୍ ହୁସେନ, ମହମ୍ମଦ ସଫିୟୁଲ, ନିଯାର ଖାନ୍, ନିଉଦ୍ଧିନ ଖାନ୍, ଜୁମନ୍ ଖାନ୍, ସେକ ସାହିଲ, ସେକ ଅମନ୍, ଲିଆକତ ଅଲ୍ଲୀଙ୍କ ସମେତ ଶତାଧିକ ମୁସଲିମ ବ୍ୟକ୍ତି ବିଶେଷ ସାମିଲ ହୋଇଛନ୍ତି ।

Comments are closed.