ଧରଣୀଧର ବିଶ୍ୱବିଦ୍ୟାଳୟରେ ଓଡିଶା ଦିବସ

କେନ୍ଦୁଝରଗଡ: ଧରଣୀଧର ବିଶ୍ଵବିଦ୍ୟାଳୟ ପରିସରରେ ଓଡିଶା ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ପ୍ରଭୁ ପ୍ରସାଦ ଦାସ ସଭାପତିତ୍ୱ କରି ତାଙ୍କ ଅଭିଭାଷଣରେ ମଣିଷ ନିଜ ଭାବନା ଦ୍ଵାରା ଭାଷା ପରିପ୍ରକାଶ କରିଥାଏ ଏବଂ ଏହି ଭାବନା ସ୍ଵତଃ ସୃଷ୍ଟି ବୋଲି ମତବ୍ୟକ୍ତ କରିଥିଲେ। ବିଶ୍ଵବିଦ୍ୟାଳୟର କୁଳସଚିବ ଡ଼କ୍ଟର. ଶଶିକାନ୍ତ ଜେନା ମନ୍ତବ୍ୟରେ ଓଡ଼ିଆ ଭାଷା କିପରି ପ୍ରଥମ ଭାଷାଭିତ୍ତିକ ରାଜ୍ୟର ମାନ୍ୟତା ପାଇଥିଲା ଏବଂ ଏଥିରେ ମଧୁବାବୁଙ୍କ ଭୂମିକା ଓ ଉତ୍କଳ ସମିତିରୁ ଉତ୍କଳ ସମ୍ମିଳନୀ ପଯ୍ୟନ୍ତ ସଂଘର୍ଷମୟ ଯାତ୍ରା ସଂପର୍କରେ ଆଲୋଚନା କରିଥିଲା। ଏହି ପରିପ୍ରେକ୍ଷୀରେ ମୁଖ୍ୟବକ୍ତା ଭକ୍ତବତ୍ସଳ ମହାନ୍ତି ଓଡ଼ିଆ ଭାଷା ଓ ସଂସ୍କୃତି ଆଜି କିପରି ଅବକ୍ଷୟ ଆଡ଼କୁ ଗତି କରିଛି ସେ ସମ୍ପର୍କରେ ମତରଖିବା ସହିତ କେନ୍ଦ୍ରାପଡ଼ାରେ ବଙ୍ଗାଳୀମାନଙ୍କର ବିସ୍ତାର, ଦକ୍ଷିଣ ଓଡ଼ିଶାରେ ଆନ୍ଧ୍ରପ୍ରଦେଶ ଏବଂ କେନ୍ଦୁଝର ଜିଲ୍ଲାର ଯୋଡ଼ା ଓ ବଡବିଲ ଅଞ୍ଚଳରେ ମିଶ୍ରିତ ଭାଷାରେ କିଭଳି କଥିତ ହେଉଛନ୍ତି ତାହା ଦେଖିବାକୁ ପାଇବା ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ଅତିଥି ନାରାୟଣ ସାହୁ (ବାୟୁସେନା ଅଧିକାରୀ) ତାଙ୍କ ମନ୍ତବ୍ୟରେ ପ୍ରକାଶ କରିଥିଲେ ଯେ ମଣିଷ ଆଜି ଧୀରେ ଧୀରେ ମାନସିକ ବିକୃତି ଆଡ଼କୁ ଗତି କରୁଛି ତେଣୁ ମନୁଷ୍ୟ ଓ ସମାଜ ସଂସ୍କୃତି ବିହୀନ ହୋଇଗଲାଣି।

Comments are closed.