www.samajalive.in
Monday, December 15, 2025
24.1 C
Bhubaneswar

ପ୍ରଭୁ ଶ୍ରୀରାମଙ୍କ ଆଳତି କଲେ ମୁସଲମାନ ମହିଳା, ରାମନବମୀରେ ବାଣ୍ଟିଲେ ଏକତା ଓ ଭାଇଚାରାର ବାର୍ତ୍ତା

ସମାଜ ଡିଜିଟାଲ ଡେସ୍କ: ଉତ୍ତରପ୍ରଦେଶର ବାରାଣସୀରୁ ଏକ ସୁନ୍ଦର ଏବଂ ପ୍ରେରଣାଦାୟକ ଦୃଶ୍ୟ ସାମ୍ନାକୁ ଆସିଛି। ଏଠାରେ ଶ୍ରୀରାମନବମୀ ଅବସରରେ ମୁସଲମାନ ମହିଳାମାନେ ପ୍ରଭୁ ଶ୍ରୀରାମଙ୍କ ଆଳତି କରି ସାମ୍ପ୍ରଦାୟିକ ଏକତା ଏବଂ ଭାଇଚାରାର ବାର୍ତ୍ତା ବାଣ୍ଟିଛନ୍ତି। ମୁସଲମାନ ମହିଳାମାନେ ସୁସଜ୍ଜିତ ପୂଜା ଥାଳି ଧରି ପ୍ରଭୁଙ୍କ ଆଳତି କରିବା ସହିତ ଉର୍ଦ୍ଦୁ ଭାଷାରେ ଲିଖିତ ରାମ ଆଳତି ଗାନ କରିଥିଲେ। ଲହମୀସ୍ଥିତ ସୁଭାଷ ଭବନରେ ଏ ନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଇଥିଲା।

ମୁସଲମାନ ମହିଳା ଫାଉଣ୍ଡେସନ ଏବଂ ବିଶାଳ ଭାରତ ସଂସ୍ଥାନର ମିଳିତ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ସାମ୍ପ୍ରଦାୟିକ ଘୃଣାଭାବ ସୃଷ୍ଟି କରି ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି କରାଯାଉଛି। ଦେଶକୁ ଭାଙ୍ଗିବା ଲାଗି ଅନେକ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ବିଭ୍ରାନ୍ତିକର ମନ୍ତବ୍ୟ ଦେଉଛନ୍ତି। ଏପରିସ୍ତିତିରେ କାଶୀରେ ମୁସଲମାନ ମହିଳାଙ୍କ ପ୍ରୟାସ ପ୍ରଶଂସନୀୟ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

Hot this week

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories