କେନ୍ଦୁଝରରେ ଓଡ଼ିଶା ଦିବସ କବିତା ପାଠୋତ୍ସବ

କେନ୍ଦୁଝରଗଡ: ଜିଲା ପ୍ରଶାସନ ଆନୁକୁଲ୍ୟରେ ତଥା ଅଗ୍ରଣୀ ସାରସ୍ଵତ ପ୍ରତିଷ୍ଠାନ ମିଳନୀ ସାହିତ୍ୟ ସଂସଦ ସହଯୋଗରେ ମିଳନୀର ସଭାପତି କବି ଦେବାଶିଷ ଚକ୍ରବର୍ତ୍ତୀଙ୍କ ସଭାପତିତ୍ଵରେ ଅଡିଟୋରିୟମ ଠାରେ ଓଡିଶା ଦିବସ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ମିଳନୀର ସାଂସ୍କୃତିକ ସମ୍ପାଦିକା ସନ୍ତୋଷିନି ଦାଶ ସଂପାଦକୀୟ ସୂଚନା ଅବସରରେ ଓଡ଼ିଶାର ଗାରିମା ପ୍ରକ୍ଷାପନ କରିଥିଲେ। ଜିଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାଏକ ସ୍ୱାଗତ ଭାଷଣ ଦେଇଥିଲେ। ଅଵସରପ୍ରାପ୍ତ ପ୍ରାଧ୍ୟାପକ ବିପିନ ବିହାରୀ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍କଳୀୟ ଅସ୍ମିତାର ସୁରକ୍ଷାରେ କବିମାନେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ଆହ୍ବାନ ଦେଇଥିଲେ। କବି ଦେବାଶିଷ ଚକ୍ରବର୍ତ୍ତୀ ତାଙ୍କର ସଭାପତୀୟ ଅଭିଭାଷଣରେ ଉତ୍କଳୀୟ ଗାରିମା ସମ୍ପର୍କରେ ବିଭିନ୍ନ ଶାସ୍ତ୍ରୀୟ ଉଦାହରଣ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।
କେନ୍ଦୁଝର ଲେଖିକା ସଂସଦର ସମ୍ପାଦିକା ଇନ୍ଦୁମତୀ ପାତ୍ରଙ୍କ ସଂଯୋଜନାରେ ଚିନ୍ତାମଣି ମହାଳିକ, ନରହରି ମିଶ୍ର, ମଧୁସୂଦନ ମିଶ୍ର, ବିରଞ୍ଚି ସାମନ୍ତରାୟ, ଯୋଗେନ୍ଦ୍ର ନାଥ ସାହୁ, ଶୋଭନା ଜେନା, ବୀଣାପାଣି ଜେନା, ରିତାଞ୍ଜଳି ସାହୁ, ଡାକ୍ତର ଭାରତୀ ବେହେରା, ମମତା ରାଣୀ ଦାସ, ମୀନତି ମିଶ୍ର, ବିଜୟଲକ୍ଷ୍ମୀ ମହାନ୍ତି, ଉମାକାନ୍ତ ବେହେରା, ସୁଜିତ ମିଶ୍ର, ଦେବ ଦର୍ଶନ ଦାଶ, ଦେଵଦତ୍ତ ଦେହୁରୀ, ଚିନ୍ମୟ ସାହୁ, ରଙ୍ଗାଧର ବେହେରା, ନରହରି ରାଉତ, ଗୀତାରାଣୀ ଦାଶ,ଆର୍ଯ୍ୟବାଳା ମହାପାତ୍ର, ବିଷ୍ଣୁପ୍ରିୟା ମିଶ୍ର, ଚନ୍ଦ୍ରପ୍ରଭା ପତି, ମନ୍ଦାକିନୀ କର, ପୁଷ୍ପାଞ୍ଜଳି ଆଚାର୍ଯ୍ୟ, ଗୀତାଞ୍ଜଳି ପାତ୍ର, ଜ୍ୟୋସ୍ନା ପାଢ଼ୀ, କୈଳାଶ ଚନ୍ଦ୍ର ତନ୍ତୀ, ହରେକୃଷ୍ଣ ବେଜ୍, ଧ୍ରୁବାନନ୍ଦ ରାଉତ୍, ବସନ୍ତ କୁମାର ବାରିକ, ଶରତ ଚନ୍ଦ୍ର ମହାନ୍ତ, ହରେକୃଷ୍ଣ ବେଜ, ଚଂପକେଶ୍ୱର୍ ଜିତ, ଗୁରୁଚରଣ ମହାନ୍ତ, ପ୍ରତାପ କର୍ମକାର ପ୍ରମୁଖ ବହୁକବି କବିତା ଆବୃତ୍ତି କରିଥିଲେ। ଶେଷରେ ମିଳନୀର ଯୁଗ୍ମ ସମ୍ପାଦକ କବି ହରିହର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.