ଇ-କାରକୁ ୬ ଲକ୍ଷ କିଲୋମିଟର ଚଳାଇଲେ ଗ୍ରାହକ, ମାଗଣାରେ ବ୍ୟାଟେରୀ ବଦଳାଇଲା କମ୍ପାନୀ

ନୂଆଦିଲ୍ଲୀ : ଭାରତୀୟ ବଜାରରେ ଇଲେକ୍ଟ୍ରିକ୍ ଗାଡି ବିକ୍ରି ଧିରେ ଧିରେ ବଢିବାରେ ଲାଗିଛି । ତେବେ ଆଜି ମଧ୍ୟ ଲୋକଙ୍କ ମନରେ ବ୍ୟାଟେରୀ ଗାଡିକୁ ନେଇ ଏକ ପ୍ରକାର ଭୟ ରହୁଛି । କୌଣସି ବି ଇଲେକ୍ଟ୍ରିକ୍ ଗାଡିର ବ୍ୟାଟେରୀ ଦାମ୍ ଗାଡିର ୬୦ ପ୍ରତିଶତ ପର୍ଯ୍ୟନ୍ତ ହୋଇଥାଏ । ଗାଡି କିଣିବାର କିଛି ବର୍ଷ ପରେ ଯେବେ ବ୍ୟାଟେରୀ ପୁରୁଣା ହୋଇଯାଏ ତେବେ ବ୍ୟାଟେରୀ ଖର୍ଚ୍ଚ ଅତି ମହଙ୍ଗା ପଡିଯାଏ । କିନ୍ତୁ ଏବେ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରୁଛି । ଜଣେ ଗ୍ରାହକ ହ୍ୟୁଣ୍ଡାଇ ଆୟୋନିକ୍ ୫କୁ ସାଢେ ୩ ବର୍ଷରେ ୬,୬୬,୨୫୫ କିଲୋମିଟର ଚଲାଇଛନ୍ତି ।

ସାମାଜିକ ଗଣମାଧ୍ୟମରେ ଏହି ମାମଲା ସାମ୍ନାକୁ ଆସିଛି । ହ୍ୟୁଣ୍ଡାଇ ଆୟୋନିକ୍ ୫ର ମାଲିକ ଓଡୋମିଟରରେ ୬.୫ ଲକ୍ଷ କିଲୋମିଟରରୁ ଅଧିକ ଯାତ୍ରା କରିଛନ୍ତି ।  ମାଲିକଙ୍କ ଦ୍ବାରା ସେୟାର କରାଯାଇଥିବା ତଥ୍ୟ ଅନୁସାରେ ମାତ୍ର ସାଢେ ୩ ବର୍ଷରେ ଏହି ଗାଡି ଏହି ଯାତ୍ରା କରିଛି । ଏହାର ଅର୍ଥ ପ୍ରତିଦିନ ଦାଡି ୫୪୧ କିଲୋମିଟର ଯାତ୍ରା କରିପାରିଛି ।

ଆୟୋନିକ୍୫ର ଏହି ଗ୍ରାହକ କୋରିଆର । ତାଙ୍କ ସୂଚନା ଅନୁସାରେ ଗାଡି ୫,୮୦,୦୦୦ କିଲୋମିଟର ପର୍ଯ୍ୟନ୍ତ ଚାଲିବା ପରେ ଖରାପ ହୋଇଯାଇଥିଲା । କିନ୍ତୁ ସର୍ତ୍ତ ଅନୁସାରେ ହ୍ୟୁଣ୍ଡାଇ ଏହାର ବ୍ୟାଟେରୀ ପ୍ୟାକ୍ ସମ୍ପୂର୍ଣ୍ଣ ମାଗଣାରେ ବଦଳାଇଲା । ତେବେ କମ୍ପାନୀ ଗାଡି କିଣିବା ସମୟରେ କେଉଁ ସର୍ତ୍ତ ରଖିଥିଲା ସେ ସମ୍ପର୍କରେ ସଠିକ୍ ସୂଚନା ମିଳିପାରିନି କିମ୍ବା ସେହି ଗ୍ରାହକ ତାହା ସେୟାର କରିନାହାଁନ୍ତି । ହ୍ୟୁଣ୍ଡାଇର ଏହି ଗାଡି ଏକ ଏସୟୁଭି । ଗାଡି ଭିତରେ ସମସ୍ତ ପାର୍ଟରେ ପରିବେଶ ଅନୁକୂଳ ସାମଗ୍ରୀ ବ୍ୟବହୃତ ହୋଇଛି ।

Comments are closed.