ଭଗ୍ନ ଅବସ୍ଥାରେ ବୁଢାରାଜା ମନ୍ଦିର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହାକୁମାରେ ଥିବା ବୁଢାରାଜା ମନ୍ଦିର ଭଗ୍ନ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି। ରାଜାରାଜୁଡା ଅମଳରୁ ପୂଜା ପାଇ ଆସୁଥିବା ବୁଡାରାଜା ମନ୍ଦିରର ଅନେକ ରହସ୍ୟ ରହିଛି। ଏହି ମନ୍ଦିରକୁ ପୂର୍ବରୁ ରହିଥିବା ରାଜା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରି ଆସୁଥିଲେ। ତାହା ଆଜି ପର୍ଯ୍ୟନ୍ତ ପୂଜା ହୋଇ ଆସୁଥିଲା। ଅଞ୍ଚକରେ ବହୁ ବାଧା ବିଘ୍ନ ଆସିଥିଲେ ମଧ୍ୟ କୌଣସି କ୍ଷତି ହେଉନଥିଲା। ରାଜାଙ୍କ ପରେ ଯେଉଁ ପୂଜକଙ୍କୁ ଦାୟିତ୍ୱ ଦିଆଯାଇଥିଲା ସେମାନେ ସୁରୁଖୁରୁରେ ପୂଜା କରି ଆସୁଥିଲେ।
ଆଜକୁ ଦୁଇ ବର୍ଷ ହେବ ସରକାର ତରଫରୁ ବିଭିନ୍ନ ଦେବାଦେବୀ ମନ୍ଦିରର ଉନ୍ନତିକରଣ ନିମନ୍ତେ ଘୋଷଣା କରିବା ପରେ କଲ୍ୟାଣସିଂହପୁରବ୍ଲକରେ ଥିବା ସମସ୍ତ ମନ୍ଦିରକୁ କିଛି କିଛି ଅର୍ଥ ଆସିଥିଲା। ଆସିଥିବା ଅର୍ଥ ପଞ୍ଚାୟତ ସମିତି ଦ୍ୱାରା ବ୍ୟୟ କରି କାର୍ଯ୍ୟ କରାଯିବାର ରହିଛି। ବୁଢ଼ାରଜା ପୁରୁଣା ମନ୍ଦିରକୁ ଭାଙ୍ଗି ନୂତନ ମନ୍ଦିର ନିର୍ମାଣ କରିବା ପାଇଁ ପ୍ରସ୍ତୁତି ରହିଥିଲା। ସେହି ଦିନ ଠାରୁ ତାହା କେଉଁ କାରଣରୁ ହୋଇପାରୁନାହିଁ। ମନ୍ଦିର ନିକଟରେ ଅଟକଳ ମୂଲ୍ୟ ୩ ଲକ୍ଷ ଟଙ୍କା କଲ୍ୟାଣସିଂହପୁର ବୁଢ଼ାରଜା ମନ୍ଦିରର ମଣ୍ଡପ ନିର୍ମାଣ କାର୍ଯ୍ୟ ବୋଲି ଉଲ୍ଲେଖ କରିଛନ୍ତି। କାର୍ଯ୍ୟ ଆରମ୍ଭ ଓ ଶେଷ ତାରିଖ ସୂଚନା ଫଳକରେ ଉଲ୍ଲେଖ କରାଯାଇନାହିଁ। ଦୁଇ ବର୍ଷ ହେବ ମନ୍ଦିର ଭାଙ୍ଗି ଚୁପ ରହି ଥିବାରୁ ବ୍ଲକ ବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିପ୍ରତି ପ୍ରଶାସନ, ବୁଦ୍ଧିଜୀବୀ ଦୃଷ୍ଟି ଦେଇ ତୁରନ୍ତ ମନ୍ଦିର ନିର୍ମାଣ କରିବା ପାଇଁ ବ୍ଲକବାସୀ ଦାବି କରିଛନ୍ତି। ଯଦି ଗ୍ରାମରେ କୌଣସି ଅଘଟଣ ଘଟେ ତାହାହେଲେ ପ୍ରଶାସନ ଦାୟୀ ରହିବେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।
Comments are closed.