୫୬ ହଜାରକୁ ଖସିପାରେ ସୁନାଦର- ଅନ୍ତର୍ଜାତୀୟ ବଜାର ପ୍ରଭାବରେ ୪୦ ପ୍ରତିଶତ ହ୍ରାସ ପାଇପାରେ ଦର

ଭୁବନେଶ୍ୱର – ସୁନା ଦର ୪୦ ପ୍ରତିଶତ ହ୍ରାସପାଇପାରେ । ୫୬ ହଜାର ଟଙ୍କାକୁ ସୁନାଦର ହ୍ରାସ ପାଇପାରେ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି । ଇକୋନମିକସ୍ ଟାଇମ୍ସରେ ପ୍ରକାଶିତ ଖବର ଅନୁଯାୟୀ ସୁନାଦର ଆସନ୍ତା କିଛି ବର୍ଷ ମଧ୍ୟରେ ହ୍ରାସ ପାଇପାରେ । ଆମେରିକାର ମର୍ଣ୍ଣିଂଷ୍ଟାର ଆସନ୍ତା କିଛି ବର୍ଷ ମଧ୍ୟରରେ ସୁନାଦର୪୦ ପ୍ରତିଶତ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି ।
ଏବେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ୯୩ ହଜାର ଟଙ୍କାରୁ ଅଧିକ ରହିଛି । ଅନ୍ତର୍ଜାତୀୟ ବଜାରର ଏହା ୯୯୮ ଡଲାରରୁ ଅଧିକ ରହିଛି । ପ୍ରତିଆଉନ୍ସ ସୁନାଦର ଏବେ ଅନ୍ତର୍ଜାତୀୟ ବଜାରରେ ୩୦୩୭ ଡଲାର ରହିଛି । ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତା, ମୁଦ୍ରାସ୍ଫିତୀ ଏବଂ ଯୁଦ୍ଧ ଯୋଗୁଁ ସୁନା ସହ ଅଶୋଧିତ ତୈଳ ଦର ବୃଦ୍ଧି ପାଇଥିଲା । ଏବେ ଆମେରିକାର ସେଣ୍ଟ୍ରାଲ ବ୍ୟାଙ୍କ ଗୁଡୁକ ସୁନା କିଣିବା ହ୍ରାସ କରିଥିବାରୁ ସୁନାଦର ୭୦ ରୁ ୭୫ ହଜାରକୁ ଆସିପାରେ ବୋଲି ଅନେକ ଅର୍ଥନୀତି ବିଶେଷଜ୍ଞ ମତ ଦେଇଛନ୍ତି ।
ମାତ୍ର ବ୍ୟାଙ୍କ ଅଫ୍ ଆମେରିକା ଏବଂ ଗୋଲ୍ଡମ୍ୟାନ ସାଚ୍ ସୁନାଦର ବଢିପାରେ ବୋଲି ଆକଳ କରିଛନ୍ତି ।
Comments are closed.