www.samajalive.in
Sunday, December 7, 2025
14.1 C
Bhubaneswar

ଭାରତୀୟ ଜାତୀୟ ଷ୍ଟକ୍‌ ଏକ୍ସଚେଞ୍ଜରେ ୨୨ କୋଟି ନିବେଶକ

ମୁମ୍ବଇ,୧୧ା୪(ନି.ପ୍ର): ଭାରତୀୟ ଜାତୀୟ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ୨୨ କୋଟି ନିବେଶକ ଆକାଉଣ୍ଟ ଅତିକ୍ରମ କରି ଶୁକ୍ରବାର ଏକ ଗୁରୁତ୍ବପୂର୍ଣ୍ଣ ଉପଲବ୍ଧି ହାସଲ କରିଛି। ମାତ୍ର ୬ ମାସରେ ୨ କୋଟି ନିବେଶକ ଆକାଉଣ୍ଟ ଯୋଡ଼ିବା ସହ ୨୦୨୪ ଅକ୍ଟୋବରରେ ଥିବା ୨୦ କୋଟି ନିବେଶକ ଆକାଉଣ୍ଟ ମାର୍କକୁ ଅତିକ୍ରମ କରିଛି। ଅନନ୍ୟ ପଞ୍ଜୀକୃତ ନିବେଶକଙ୍କ ସଂଖ୍ୟା ୨୦୨୫ ଜାନୁଆରୀ ୨୦ରେ ୧୧ କୋଟି ଥିବାବେଳେ ମାର୍ଚ୍ଚ ୩୧ ସୁଦ୍ଧା ଏହା ୧୧.୩ କୋଟିକୁ ବୃଦ୍ଧିପାଇଛି।
ନିବେଶକଙ୍କ ସଂଖ୍ୟା ଏବଂ ସେମାନଙ୍କର କ୍ଲାଏଣ୍ଟ କୋଡ୍ ଭିନ୍ନ ହୋଇପାରେ, କାରଣ ଜଣେ ନିବେଶକ ଏକାଧିକ ଏଜେଣ୍ଟଙ୍କ ସହିତ ଆକାଉଣ୍ଟ ରଖିପାରିବେ, ତେଣୁ ସେମାନଙ୍କୁ ପୃଥକ କ୍ଲାଏଣ୍ଟ କୋଡ୍ ଦିଆଯାଇପାରିବ। ମହାରାଷ୍ଟ୍ରରେ ସର୍ବାଧିକ ୩.୮ କୋଟି ନିବେଶକ ଆକାଉଣ୍ଟ ଥିବାବେଳେ ଦ୍ବିତୀୟ ସ୍ଥାନରେ ଥିବା ଉତ୍ତର ପ୍ରଦେଶରେ ୨.୪ କୋଟି, ଗୁଜୁରାଟରେ ୧.୯ କୋଟି ଏବଂ ରାଜସ୍ଥାନ ଓ ପଶ୍ଚିମବଙ୍ଗରେ ୧.୩ କୋଟି ଲେଖାଏଁ ନିବେଶକ ଆକାଉଣ୍ଟ ରହିଛି। ଉପରୋକ୍ତ ୫ଟି ରାଜ୍ୟର ମିଳିତ ଭାବେ ମୋଟ ଆକାଉଣ୍ଟର ୪୯ ପ୍ରତିଶତ ଅବଦାନ ରହିଛି। ଏନ୍‌ଏସ୍‌ଇ ୧୯୯୪ ମସିହାରେ ଇଲେକ୍ଟ୍ରୋନିକ୍ ବାଣିଜ୍ୟ କାର୍ଯ୍ୟକାରୀ କରିବା ପାଇଁ ଭାରତର ପ୍ରଥମ ଏକ୍ସଚେଞ୍ଜ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲା। ୧୯୯୫ ମସିହାରୁ ଦୈନିକ ଏବଂ ମୋଟ କାରବାର ଅନୁସାରେ ଏହା ଦେଶର ସର୍ବବୃହତ ଏକ୍ସଚେଞ୍ଜ।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories