www.samajalive.in
Monday, December 15, 2025
15.1 C
Bhubaneswar

ସଂରକ୍ଷଣ ବ୍ୟବସ୍ଥା ନାହିଁ, ଚାଷୀ ହତାଶ

ଢେଙ୍କାନାଳ ସଦର : ଆଳୁ ସଙ୍କଟକୁ ନେଇ ରାଜ୍ୟରେ ସବୁବେଳେ ଚର୍ଚ୍ଚା ଲାଗି ରହୁଛି। କେତେବେଳେ ଆଳୁର ଉତ୍କଟ ଅଭାବ ତ ଆଉ କେତେବେଳେ ଅଭାବୀ ବିକ୍ରି। ସମ୍ପ୍ରତି ଢେଙ୍କାନାଳ ଜିଲାରେ ଉତ୍ପାଦିତ କୁଇଣ୍ଟାଲ କୁଇଣ୍ଟାଲ ଆଳୁ ପଚିବାରେ ଲାଗିଛି। ଯାହାକୁ ନେଇ ଚିନ୍ତାରେ ଆଳୁଚାଷୀ। ଖୋଦ ରାଜ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନିଜ ଜିଲା ଢେଙ୍କାନାଳରେ ଏପରି ସ୍ଥିତି ଉପୁଜିଛି।

ଗତ କିଛିମାସ ପୂର୍ବେ ଆଳୁ କିଲୋ ପିଛା ୫୦ ଟଙ୍କା ପାର କରିଥିଲା। ସେହି ଦୃଷ୍ଟିରୁ ଚଳିତ ବର୍ଷ ଜିଲାର ଚାଷୀଙ୍କୁ ଆଳୁ ଚାଷ ପାଇଁ ପ୍ରୋତ୍ସାହିତ କରାଯାଇଥିଲାଟ୍ଟ ହେଲେ ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ଏବେ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ଥାନରେ ଉତ୍ପାଦନ ହୋଇଥିବା ଶହଶହ କୁଇଣ୍ଟାଲ ଆଳୁ ନଷ୍ଟ ହେବାରେ ଲାଗିଛି। ବିଲରୁ ତୋଳା ଯାଇଥିବା ବସ୍ତାବସ୍ତା ଆଳୁ କେଉଁଠି ସଂରକ୍ଷିତ କରି ରଖିବେ ସେହି ଚିନ୍ତାରେ ଚାଷୀ ରହିଛନ୍ତି। ଢେଙ୍କାନାଳ ଜିଲାର ଗଁଦିଆ ବ୍ଲକର ଗଁଦିଆ, ବଣିଆପଡା, ପୋରୁହଖୋଜ, ସନ୍ଥପୁର ଆଦି ଅଞ୍ଚଳର ଆଳୁ ଚାଷୀମାନେ ଖର୍ଚ୍ଚାନ୍ତ ହୋଇ ଆଳୁ ଚାଷ କରିଥିଲେ। ଉତ୍ପାଦନ ପରେ ବେପାରୀ କିଲୋ ପିଛା ମାତ୍ର ୧୦ଟଙ୍କା ଦର କଷୁଥିବାରୁ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇଛନ୍ତି। ଆଳୁ ସଂରକ୍ଷଣ ପାଇଁ ଜିଲାରେ ଶୀତଳ ଭଣ୍ଡାର ନାହିଁ। ଆଖି ଆଗରେ ନିଜର ଝାଳବୁହା ପରିଶ୍ରମର ଫଳ ପଚିସଢି ନଷ୍ଟ ହେଉଥିବାରୁ ଆଳୁ ଚାଷୀ ବ୍ୟଥିତ ପଡିଛନ୍ତି। ନଈବଢ଼ିରୁ କୁଟାଖିଏ ମିଳିଯିବା ଲୋଭରେ ବାଧ୍ୟ ହୋଇ କିଛି ଚାଷୀ ଗଁଦିଆ ଫାର୍ମର ପ୍ରଡ୍ୟୁସର କମ୍ପାନୀ ନାମକ ଏକ ଫାର୍ମର ପ୍ରମୋଟରକୁ ଆଶ୍ରା କରିଛନ୍ତି। ଆଉ କୁଇଣ୍ଟାଲ ପିଛା ୨୭୦ ଟଙ୍କା ସାଙ୍ଗକୁ ନିଜ ହାତରୁ ଗାଡିଭଡା ଖର୍ଚ୍ଚ କରି ଜଗତପୁରର ଏକ ଘରୋଇ ଶୀତଳ ଭଣ୍ଡାରକୁ ଆଳୁ ନେଇ ରଖୁଥିବା ପୁରୁହଖୋଜ ଗ୍ରାମର ଆଳୁଚାଷୀ ଉଦୟନାଥ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ଢେଙ୍କାନାଳ ଜିଲାର ସଦର, କାମାଖ୍ୟାନଗର, ଓଡାପଡା, ଭୁବନ ଓ ପରଜଙ୍ଗ ଆଦି ଅଞ୍ଚଳର ଆଳୁ ଚାଷୀଙ୍କ ସମାନ ଅବସ୍ଥା।

- Advertisement -

ଆଳୁ ସଙ୍କଟ ଦୂର କରିବାକୁ ସରକାର ପଦକ୍ଷେପ ନେଇଛନ୍ତି। ରାଜ୍ୟର ସମସ୍ତ ବ୍ଲକରେ ଶୀତଳ ଭଣ୍ଡାର ସ୍ଥାପନ ହେବ। ଚାଷୀମାନଙ୍କୁ ଆଳୁ ବିହନ ଯୋଗାଇ ଦିଆଯାଇଛି। ଆଳୁ ପ୍ରଚୁର ମାତ୍ରାରେ ଉତ୍ପାଦନ ହେବ ଏବଂ ଆଳୁର ଅଭାବ ରହିବନି ବୋଲି ସେତେବେଳେ ଯୋଗାଣ ମନ୍ତ୍ରୀ କହିଥିଲେଟ୍ଟ ମାତ୍ର ଉତ୍ପାଦିତ ଆଳୁର ସଂରକ୍ଷଣ କିପରି ହେବ ସେକଥା ଭୂଲି ଯାଇଥିଲେ। ଏବେ ଆଳୁ ଚାଷ କରି ‘ଘୋଡା ଛ’ ଟଙ୍କାକୁ ଦାନା ନ’ ଟଙ୍କା’ ଭଳି ଚାଷୀମାନେ ଫସି ଯାଇଛନ୍ତି ବୋଲି ଅତ୍ୟନ୍ତ କ୍ଷୋଭର ସହ ବଣିଆପଡା ଗ୍ରାମର ଆଳୁ ଚାଷୀ ସୁଶାନ୍ତ କୁମାର ସାହୁ କହିଛନ୍ତି।

ଢେଙ୍କାନାଳ ଜିଲାରେ ମାସିକ ୧୦ ମେଟ୍ରିକ ଟନର ଆଳୁର ଆବଶ୍ୟକତା ରହିଛି। ବଜାରରେ ଆଳୁର ସଙ୍କଟ କାରଣରୁ ଚଳିତ ବର୍ଷ ଆଳୁ ଚାଷ ପାଇଁ ପ୍ରୋତ୍ସାହିତ କରାଯାଇଥିଲା। ଚଳିତ ଋତୁରେ କିଲୋ ପିଛା ୧୦ଟଙ୍କା ଦରରେ ୩୪୭୨ଜଣ ଚାଷୀଙ୍କୁ ଆଳୁ ବିହନ ଯୋଗାଇ ଦିଆଯାଇଥିଲା। ଜିଲାରେ ମୋଟ ୫୩୭.୫ହେକ୍ଟର ଜାଗାରେ ଆଲୁଚାଷ ହୋଇଥିଲା ଓ ୬୪.୪୪୦ ମେଟ୍ରିକ ଟନ ଆଳୁ ଉତ୍ପାଦନ ହୋଇଛି ବୋଲି କହିଛନ୍ତି ଜିଲା ଉଦ୍ୟାନ କୃଷି ବିଭାଗର ଉପନିର୍ଦେଶିକା ଗୀତାଶ୍ରୀ ପାଢ଼ୀ।

ଜିଲାରେ ମାସିକ ମାତ୍ର ୧୦ ମେଟ୍ରିକ ଟନ ଆଳୁର ଆବଶ୍ୟକତା ରହିଥିବା ବେଳେ ଉତ୍ପାଦିତ ହୋଇଥିବା ଆଳୁ ଖାଇବା ପାଇଁ ଅନ୍ୟୁନ ୬ମାସ ଲାଗିବ ବୋଲି ଆକଳନ କରାଯାଇଛି। ୬ମାସ ପର‌୍ୟ୍ୟନ୍ତ ଆଳୁକୁ ସଂରକ୍ଷିତ କରି ରଖିବା ପାଇଁ ସରକାରଙ୍କ ପକ୍ଷରୁ ବିକଳ୍ପ ବ୍ୟବସ୍ଥା କରାଯାଇନଥିବାରୁ ଚାଷୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories