www.samajalive.in
Saturday, December 6, 2025
17.1 C
Bhubaneswar

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି; ପ୍ରଥମ ପର୍ଯ୍ୟାୟ ସର୍ତ୍ତାବଳୀରେ ଦୁଇ ଦେଶ ସହମତ

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିର ପ୍ରଥମ ପର୍ଯ୍ୟାୟ ସର୍ତ୍ତାବଳୀରେ ଦୁଇ ଦେଶ ସମ୍ମତି ପ୍ରକାଶ କରିଛନ୍ତି। ଏନେଇ ଜଣେ ବାଣିଜ୍ୟ ଅଧିକାରୀ ସୂଚନା ଦେଇଛନ୍ତି। ଆଗାମୀ ୯୦ ଦିନ ମଧ୍ୟରେ ଏହି ବାଣିଜ୍ୟ ଚୁକ୍ତିର ରୂପରେଖ ଚୂଡ଼ାନ୍ତ ହେବାର ସମ୍ଭାବନା ରହିଛି।
ଚଳିତବର୍ଷ ଶେଷ ସୁଦ୍ଧା ଭାରତ ଆମେରିକା ସହ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ କରିବାକୁ ଚେଷ୍ଟା କରୁଛି। ବର୍ତ୍ତମାନ ଭାରତ-ଆମେରିକା ମଧ୍ୟରେ ୧୯୧ ବିଲିୟନ ଡଲାରର ଦ୍ବିପାକ୍ଷିକ ବାଣିଜ୍ୟ ହେଉଥିବାବେଳେ ଏହାକୁ ୨୦୩୦ ସୁଦ୍ଧା ୫୦୦ ବିଲିୟନ ଡଲାରରେ ପହଞ୍ଚାଇବାକୁ ଭାରତ ଲକ୍ଷ୍ୟ ରଖିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୭୫ଟି ଦେଶ ବିରୋଧରେ ପାଲଟା ଶୁଳ୍କ ଲଗାଇବା ପରେ ବାଣିଜ୍ୟ ଚୁକ୍ତି ଆଲୋଚନାରେ ଭାରତ ଅନ୍ୟ ଦେଶଠାରୁ ବହୁତ ଆଗରେ ରହିଛି। କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ ଆମେରିକା ସହିତ ଆଲୋଚନା କ୍ଷେତ୍ରରେ ‘ଭାରତ ପ୍ରଥମେ’ ଆଭିମୁଖ୍ୟ ସହିତ ଆଗକୁ ବଢ଼ୁଛି ଏବଂ ସରକାର ଜାତୀୟ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ନେଉଛନ୍ତି। ଶୁକ୍ରବାର ଟେକ୍ ଶିଖର ସମ୍ମିଳନୀରେ ଭାଷଣ ଦେଇ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଭାରତ ଆମେରିକା ସହିତ ବାଣିଜ୍ୟ ଚୁକ୍ତି ପାଇଁ ଅତ୍ୟନ୍ତ ତତ୍ପରତା ପ୍ରଦର୍ଶନ କରିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories