www.samajalive.in
Monday, December 15, 2025
26.1 C
Bhubaneswar

ପୁରୀ-କୋଣାର୍କ ରେଳପଥ ନିର୍ମାଣ ପାଇଁ ଚାଲିଛି ଜମି ଅଧିଗ୍ରହଣ : ରେଳ ମନ୍ତ୍ରୀ

ପୁରୀ : ପୁରୀରୁ କୋଣାର୍କ ମଧ୍ୟରେ ନୂତନ ରେଳପଥ ସଂଯୋଗ ପାଇଁ ଜମି ଅଧିଗ୍ରହଣ ଆରମ୍ଭ ହୋଇଥିବା ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଶୁକ୍ରବାର ସୂଚନା ଦେଇଛନ୍ତି। ପୁରୀ ରେଳ ଷ୍ଟେସନ ପୁନଃନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସେ ସମୀକ୍ଷା କରି ଅବଶିଷ୍ଟ କାର୍ଯ୍ୟଗୁଡ଼ିକ ଯଥାଶୀଘ୍ର ଶେଷ କରିବାକୁ ନିର୍ଦେଶ ଦେଇଛନ୍ତି।
ସେ କହିଲେ, ଅମ୍ରିତ ଷ୍ଟେସନ ଯୋଜନାରେ ୧୭୭ କୋଟି ୪୧ ଲକ୍ଷ ଟଙ୍କା ବ୍ୟୟରେ ପୁରୀ ରେଳ ଷ୍ଟେସନକୁ ବିଶ୍ବସ୍ତରୀୟ କରାଯିବ। ସେଥିରେ ଐତିହ୍ୟ ଓ ସଂସ୍କୃତିର ଝଲକ ଦେଖିବାକୁ ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିରାସତ ଭି – ବିକାଶ ଭି’ ଚିନ୍ତାଧାରାକୁ ନେଇ ପୁରୀ ରେଳ ଷ୍ଟେସନର ବିକାଶ କରାଯାଉଥିବା ସେ କହିଛନ୍ତି। ପୂର୍ବତଟ ରେଳପଥ ମହା ପ୍ରବନ୍ଧକ ପରମେଶ୍ବର ଫୁଙ୍କୱାଲ ଏବଂ ଖୋର୍ଦ୍ଧା ମଣ୍ଡଳ ରେଳ ପ୍ରବନ୍ଧକ ଏଚ. ଏସ. ବାଜୱା ଉପସ୍ଥିତ ଥିଲେ। ୨୪, ୧୮୫ ବର୍ଗ ମିଟର ଅଞ୍ଚଳରେ ୪ ତାଲା ବିଶିଷ୍ଟ ନୂତନ କୋଠା ଐତିହ୍ୟ ଢାଞ୍ଚାରେ ନିର୍ମାଣ କରାଯାଉଛି। ସେଠାରେ ରେଳ ଯାତ୍ରୀଙ୍କୁ ବିଶ୍ବସ୍ତରୀୟ ସେବା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories