www.samajalive.in
Sunday, December 7, 2025
23.1 C
Bhubaneswar

ବିଶ୍ୱ ଛେନାପୋଡ ଦିବସ ;ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଭିନ୍ନ ପ୍ରକାର ଖାଦ୍ୟରେ ଅଧିକାଂଶ ଲୋକଙ୍କୁ ଖାଦ୍ୟ ଖାଇବା ପରେ ହେଉ ଅଥବା ଅନ୍ୟ ସମୟରେ ମିଠା ଜିନିଷ ଖାଇବାକୁ ବେଶ ପସନ୍ଦ । ମିଠା ମଧ୍ୟରେ ବିଭିନ୍ନ ଜିିନିଷ ରହିଥିବା ବେଳେ ଅନେକ ଲୋକଙ୍କ ପ୍ରଥମ ପସନ୍ଦ ଛେନାପୋଡ। ଖାଲି ରାଜ୍ୟ ନୁହେଁ ରାଜ୍ୟ ବାହାରେ ଏଭଳି କି ବିଦେଶରେ ମଧ୍ୟ ଏହାର ଚାହିଦା ଖୁବ୍‌ ଅଧିକ । ଆଜି ହେଉଛି ଏପ୍ରିଲ ୧୧ ବିଶ୍ୱ ଛେନାପୋଡ ଦିବସ। ଛେନାପୋଡ ନାଁ ଶୁଣିବା ମାତ୍ରେ ହିଁ ଲୋକଙ୍କ ପାଟିରୁ ଲାଳ ବୋହି ଆସେ । ଏପ୍ରିଲ ୧୧ ତାରିଖରେ ପ୍ରତିବର୍ଷ ବିଶ୍ୱ ଛେନାପୋଡ ଦିବସ ପାଳନ କରାଯାଏ । ଓଡିଶାର ବିଭିନ୍ନ ସଂଗଠନ ଏହାକୁ ବେଶ ଧୂମଧାମରେ ପାଳନ କରି ଥାନ୍ତି। ଏହାସହ ବର୍ତ୍ତମାନ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଘରେ ମଧ୍ୟ ଏହି ଦିନ ଛେନାପୋଡ ଆଣି ହସଖୁସିରେ ଛେନାପୋଡ ଖାଇ ଏହାକୁ ପାଳନ କରି ଥାନ୍ତି ।
ଛେନାପୋଡର ଜନକ କୁହାଯାଉଥିବା ସୁଦର୍ଶନ ସାହୁଙ୍କର ଜନ୍ମଦିନକୁ ଛେନାପୋଡ ଦିବସ ଭାବେ ପାଳନ କରାଯାଏ । ନୟାଗଡ ଜିଲା ଦଶପଲ୍ଲାର ବାସିନ୍ଦା ସୁଦର୍ଶନ ସାହୁ ଛେନାପୋଡ ପ୍ରସ୍ତୁତ କରିଥିବା କୁହାଯାଏ। ବିଶ୍ୱର ଏହା ଏକ ମାତ୍ର ମିଠା ଯାହା ପୋଡା ଯାଇ ପ୍ରସ୍ତୁତ କରାଯାଏ। ଛେନାପୋଡର ଜନକ ସୁଦର୍ଶନ ସାହୁ ପ୍ରଥମେ ଏହାକୁ ନିଜ ଘରେ ତିଆରି କରୁଥିଲେ। ପରେ ତାଙ୍କ ପୁଅ ଏହାକୁ ବଜାରରେ ଆଣି ବ୍ୟବସାୟ କରିବା ପରେ ଧିରେ ଧିରେ ଏହା ବିସ୍ତାର ହୋଇ ଖାଲି ଦେଶ ନୁହେଁ ବରଂ ବିଦେଶରେ ମଧ୍ୟ ଏହାର ଚାହିଦା ଦେଖାଯାଏ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଟ୍ୱିଟ୍‌ କରି ଛେନାପୋଡ ଦିବସର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

୧୦୦ ବର୍ଷ ପରେ.. ଏଥର ହନୁମାନ ଜୟନ୍ତୀରେ ଅଦ୍ଭୁତ ଓ ଦୁର୍ଲ୍ଲଭ ସଂଯୋଗ, ଏହି ରାଶି ହେବେ ମାଲାମାଲ୍‌, କିଣିବେ ଭୂମି, ହେବ ବିବାହ, ମିଳିବ ଚାକିରି, ରହିବନି ଚିନ୍ତା..

- Advertisement -

ମାତ୍ର ୧୩ ଟଙ୍କା.. ବିଏସଏନଏଲର ଜବରଦସ୍ତ ପ୍ଲାନ୍‌ ,ମାସକୁ ୭୦ ଜିବି ଡାଟା ସହ ମିଳିବ ଅନେକ ସୁବିଧା

ଦେଖନ୍ତୁ ଭିଡିଓ; ଚଳନ୍ତା ଟ୍ରେନ୍‌ରୁ ଚୋରି କରୁଥିଲେ ମୋବାଇଲ୍‌, ଖାଇଲେ ନିସ୍ତୁକ ମାଡ

ଖୁସି ଖବର; ରାଜ୍ୟ ସରକାରୀ କର୍ମଚାରୀ ଓ ପେନ୍‌ଭୋଗୀଙ୍କ ବଢିଲା ମହଙ୍ଗା ଭତ୍ତା

ଆଉ ୪ ଦିନ ପରେ ଦୁର୍ଲ୍ଲଭ ସଂଯୋଗ ; ଏହି ରାଶି ହେବେ ମାଲାମାଲ୍‌, ହେବ ବିବାହ..

 

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories