ରାଜ୍ୟ ବିଜେପି ପାଳିବ ୪୬ ତମ ପ୍ରତିଷ୍ଠା ଦିବସ

ଡେସ୍କ: ଏପ୍ରିଲ ୬ ତାରିଖ (ରବିବାର) ରାଜ୍ୟ ବିଜେପି ପାଳନ କରିବା ୪୬ ତମ ପ୍ରତିଷ୍ଠା ଦିବସ। ଦୁଇ ଦିନ ଧରି ପ୍ରତିଷ୍ଠା ଦିବସ ପାଳନ କରିବ ରାଜ୍ୟ ବିଜେପି। ଶ୍ରୀରାମ ନବମୀରୁ ଏଥର ଦୁଇ ଦିନ ପ୍ରତିଷ୍ଠା ଦିବସ ପାଳନ କରିବ ବୋଲି ସୂଚନା ଦେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ବୁଥ ସ୍ତରରୁ ଦଳର ପ୍ରତିଷ୍ଠା ଦିବସ ପାଳନ କରାଯିବ। ପ୍ରତି କାର୍ଯ୍ୟକର୍ତା ନିଜ ନିଜ ଘରେ ଦଳୀୟ ପତକା ଉଡାଇବେ। ବୁଥ ସ୍ତରରେ ୨ ଶହ ପ୍ରାଥମିକ ସଦସ୍ୟଙ୍କୁ ନେଇ ଟିଫିନ ବୈଠକ ହେବ। ସଦସ୍ୟ ମାନେ ନିଜ ଘରୁ ବ୍ୟଞ୍ଜନ ପ୍ରସ୍ତୁତ କରି ଆଣି ବୈଠକରେ ଏକାଠି ବସି ଖାଇବେ। ଦଳୀୟ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହେବ, ଏଥିରେ ବରିଷ୍ଠ ନେତା ମାନେ ଯୋଗଦେବେ। ଯେଉଁ ମାନେ ୬ ତାରିଖରେ ପ୍ରତିଷ୍ଠା ଦିବସ ପାଳନ କରି ନପାରିବେ, ସେମାନେ ୭ ତାରିଖରେ ପାଳନ କରିବେ। ସେହିପରି ଶ୍ରୀରାମ ନବମୀ ଠାରୁ ଆମ୍ବେଦକର ଜୟନ୍ତୀ ଯାଏଁ ଜନ ସଂପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଯେଉଁଥିରେ କାର୍ଯ୍ୟକର୍ତା ମାନେ ଘରକୁ ଘର ଯାଇ ଜନସଂପର୍କ ସ୍ଥାପନ କରିବେ।

Comments are closed.