ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ଐତିହ୍ୟ ଗଣଦୌଡ଼

ଫୁଲବାଣୀ:ଓଡ଼ିଆ ଅସ୍ମିତାର ବାର୍ତ୍ତା ବହନକରୁଥିବା ଓଡ଼ିଆ ପକ୍ଷ ପାଳନ-୨୦୨୫ ଅବସରରେ ଆଜି ଐତିହ୍ୟ ଗଣଦୌଡ଼ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରୁ ଆରମ୍ଭ ହୋଇ କରୋନେସନ ପଡ଼ିଆରେ ସମାପ୍ତ ହୋଇଥିଲା ଓ କନ୍ଧମାଳ ଅତିରିକ୍ତ ଜିଲାପାଳ ରମେଶ ଚନ୍ଦ୍ର ଜେନା, କୁଶଳ ଚନ୍ଦ୍ର ନାଏକ ଏବଂ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀ ସବୁଜ ପତାକା ଦେଖାଇ ଏହି ଐତିହ୍ୟ ଗଣଦୌଡ଼ର ଶୁଭାରମ୍ଭ କରିଥିଲେ ଓ ଏହି କାର୍ଯ୍ୟକ୍ରମରେ ଉପ-ଜିଲାପାଳ ଭିକାରୀ ସାହୁ, ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ, ଗଦାଧର ପାତ୍ର, ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌମ୍ୟରଞ୍ଜନ ପାତ୍ର, ଜିଲା ସଂସ୍କୃତି ଅଧିକାରୀ ତଥା ଭାରପ୍ରାପ୍ତ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅକ୍ଷୟ କୁମାର ସେଠୀ, ଜିଲା ଶ୍ରମ ଅଧିକାରୀ ବିଶ୍ୱରଞ୍ଜନ କହଁର, ଜିଲା କ୍ରୀଡ଼ା ଅଧିକାରୀ ସମୀର କୁମାର ନାଏକ, ବିଭିନ୍ନ ସରକାରୀ ଅଧିକାରୀ ଓ କର୍ମଚାରୀ, ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା, ବିଭିନ୍ନ ଶିକ୍ଷାନୁଷ୍ଠାନର ଶାରୀରିକ ଶିକ୍ଷା ଶିକ୍ଷକ, ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।
Comments are closed.