ବେଆଇନ ପଥର କ୍ରସର ସିଲ କଲା ପ୍ରଶାସନ

ଟିଟିଲାଗଡ: ଟିଟିଲାଗଡ଼ ତହସିଲ ଅଧିନସ୍ଥ କୁମୁଡ଼ିପଦର ଓ ପେଣ୍ଡରାପଦର ଗ୍ରାମରେ ୩ଟି ପଥର କ୍ରସରକୁ ପ୍ରଶାସନ ଆଜି ସିଲ କରିଛି। ବଲାଙ୍ଗିର ଆଞ୍ଚଳିକ ପ୍ରଦୂଷଣ ବୋର୍ଡ ଅଧିକାରୀ ବବିତା ସିଂଙ୍କ
ଆଜି ଟିଟିଲାଗଡ଼ ଗସ୍ତ ସହ ତହସିଲଦାର ଶୁଭାଶିଷ ଶତପଥି, ଏସ୍ଡ଼ିପିଓ ଯଶୋବନ୍ତ ପ୍ରଧାନୀ, ଆଇଆଇସି କଲ୍ୟାଣୀ ବେହେରା, ରାଜସ୍ୱ ନିରୀକ୍ଷକ କୁମୁଡ଼ିପଦର ଓ ପେଣ୍ଡରାପଦର ଗ୍ରାମକୁ ଯାଇ ୩ଟି କ୍ରସରକୁ ଯାଇ ବିଭିନ୍ନ କାଗଜ ପତ୍ର ଯାଞ୍ଚ କରିଥିଲେ।
ଏହି ଯାଞ୍ଚ ସମୟରେ ଦୀର୍ଘ ବର୍ଷରୁ ଚାଲୁଥିବା ଏହି କ୍ରସର ଗୁଡିକର ପ୍ରଦୂଷଣ ପ୍ରମାଣ ପତ୍ର ନଥିବା ସହିତ ଅନେକ ଅନିୟମିତତା ଧରା ପଡିଥିଲା। କ୍ରସର ମାଲିକମାନେ ଆବଶ୍ୟକ କାଗଜ ପତ୍ର ଦେଖାଇ ପାରିନ ଥିବାରୁ ୩ଟି କ୍ରସରକୁ ଅଧିକାରୀ ସିଲ କରିଥିଲେ।
Comments are closed.