ଓଡ଼ିଆ ପକ୍ଷ ପାଳନ ଅବସରରେ ଐତିହ୍ୟ ଗଣଦୌଡ଼ ଆୟୋଜିତ

ଡେସ୍କ: ରାଜ୍ୟ ସରକାର ଏପ୍ରିଲ ୧ରୁ ଓଡ଼ିଆ ପକ୍ଷ ପାଳନ କରୁଛନ୍ତି। ଏଥିପାଇଁ ଏପ୍ରିଲ ୧ରୁ ୧୪ ଯାଏଁ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଆଜି (ଏପ୍ରିଲ ୫) ଅବସରରେ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଐତିହ୍ୟ ଗଣଦୌଡ଼ କାର୍ଯ୍ୟକ୍ରମର ଆୟୋଜିତ ହୋଇଥିଲା। ଭୁବନେଶ୍ୱରର ଖଣ୍ଡଗିରି ଠାରୁ ଆରମ୍ଭ ହୋଇ କଳିଙ୍ଗ ଷ୍ଟୁଡ଼ିଓ ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଏହି ଗଣଦୌଡ଼ରେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପସ୍ଥିତ ଥିଲେ। ଖଣ୍ଡଗିରିର ଗୌରବମୟ ଇତିହାସକୁ ଜୀବନ୍ତ କରି ଗଢ଼ି ତୋଳିବା ପାଇଁ ଏହି ଗଣଦୌଡ଼ରେ ଆଜି ଶହ ଶହ ଲୋକ ସାମିଲ ହୋଇଥିଲେ।

Comments are closed.