ଓଡିଶା ଦିବସ ଉପଲକ୍ଷେ ଉପକାରାଗାରରେ କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଉପ କାରାଗାରରେ ଓଡିଶା ଦିବସ ଉପଲକ୍ଷେ ଅନ୍ତେବାସୀଙ୍କ ସହ ସ୍ବାସ୍ଥ୍ୟ ଜୀବନକୁ ନେଇ ଆଲୋଚନା କରାଯାଇଛି। ଜେଲର ରଘୁରାଜ ମାଝୀଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଏସଡ଼ିପିଓ ଲଷ୍ମୀ ନାରାୟଣ ମାରାଣ୍ଡି ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଅଗ୍ରୱାଲ ସଭା ଟ୍ରଷ୍ଟ ସଭାପତି କୈଳାସ ଅଗ୍ରୱାଲ, କାର୍ଯ୍ୟକାରୀ ସଦସ୍ୟ ନାରାୟଣ ଅଗ୍ରୱାଲ, ବିମଲ ଜୈନ, ସମାଜସେବୀ କାଁହୁଚରଣ ମିଶ୍ର , ଯୋଗ ଗୁରୁ ଫକୀର ଦାସ ଉପସ୍ଥିତ ଥିବା ବେଳେ କାର୍ଯ୍ୟକ୍ରମକୁ ସାମ୍ବାଦିକ ମୋହନ ସୋନି ପରିଚାଳନା କରିଥିଲେ।

Comments are closed.