ଜମ୍ବେଶ୍ଵର ମହାଦେବଙ୍କ ରୁକ୍ମୁଣା ରଥ ଯାତ୍ରା

ଗୁରୁଡିଝାଟିଆ: ରାଧାଦାମୋଦରପୁର ଗାଁ ର ଆରାଧ୍ୟ ଦେବ ପ୍ରଭୁ ଜମ୍ବେଶ୍ଵର ମହାଦେବଙ୍କ ରୁକୁଣା ରଥ ଯାତ୍ରା ଶାସ୍ତ୍ରୀୟ ବିଧି ମୁତାବକ ଅନୁଷ୍ଠିତ ହୋଇଛି। ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ପ୍ରଭୁଙ୍କ ଆଦ୍ୟ ସେବକ ଗାଁର ମୂରବୀ ତଥା ବଂଶାନୁକ୍ରମିକ ରାଜା ଭାଗିରଥି କର ରଥରେ ଛେରା ପହଁରା କରିଥିଲେ। ପୂଜକ ଜଗବନ୍ଧୁ ରଣା ନିତିକାନ୍ତି ପରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ଶ୍ରଦ୍ଧାଳୁ ମାନେ ରଥ ଟାଣି ବାକୁ ରୁଣ୍ଡ ହୋଇଥିଲେ। ପ୍ରାରମ୍ଭରେ ରାଜା ଶ୍ରୀ କରଙ୍କୁ ଗାଁ ରସହ ସହ ଶ୍ରଦ୍ଧାଳୁ ରୋଷଣୀ ଜରିଆରେ ଘରୁ ରାଜକୀୟ ପରମ୍ପରା ଅନୁଯାୟୀ ରଥଟଣା ସ୍ଥଳକୁ ଆଣିଥିଲେ। ଆଜକୁ ଏକଶତ ଏକ ବର୍ଷ ଧରି ରୁକୁଣା ରଥ ପରମ୍ପରା ଅନୁଯାୟୀ ଟଣା ହେଉଛି। ଆଠଗଡ ଉପଖଣ୍ଡର ଏକ ମାତ୍ର ଗାଁ ରାଧାଦାମୋଦରପୁରରେ ରୁକୁଣା ରଥ ଟଣା ହୋଇଆସୁଛି।
Comments are closed.