www.samajalive.in
Saturday, December 6, 2025
16.1 C
Bhubaneswar

ଖବର ପ୍ରସାରଣ ପରେ ପ୍ରଶାସନିକ ତତ୍ପରତା, ଗାଁକୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ

ଗଞ୍ଜାମ: ଗଞ୍ଜାମ ବ୍ଲକର ବିଭିନ୍ନ ଗ୍ରାମକୁ ଯୋଗାଣ ହେଉଥିବା ମେଗା ପାନୀୟ ଜଳ ପ୍ରକଳ୍ପ ବସୁଧା ଯୋଜନାରେ ପାନୀୟ ଜଳ କିଛି ଦିନ ହେଲା ଖାରି ପାଣି ଯୋଗୁଁଁ ବିଭାଗୀୟ କର୍ତ୍ତୃପକ୍ଷ ଦ୍ବାରା ବନ୍ଦ ରହିଛି। ଯାହାଫଳରେ ପାଳିବନ୍ଦ ପଂଚାୟତ ଅନ୍ତର୍ଗତ ନୀଳାଦ୍ରିପୁର ଗ୍ରାମରେ ବର୍ତମାନ ପାନୀୟ ଜଳ ସମସ୍ୟା ଲାଗି ରହିଛି। ଏନେଇ ଲୋକମାନେ ଗଞ୍ଜାମ ବ୍ଲକ ବିଡିଓଙ୍କୁ ଲିଖିତ ଭାବେ ଗୁରୁବାର ଜଣାଇଥିଲେ। ଶୁକ୍ରବାର ଲୋକମାନେ ଗ୍ରାମରେ ଖାଲି ହାଣ୍ଡି, ମାଠିଆ ଧରି ପ୍ରତିବାଦ କରିଥିଲେ। ଏହି ଖବର ଗଣମାଧ୍ୟମରେ ପ୍ରସାରଣ ହେବାପରେ ପ୍ରଶାସନର ତତ୍ପରତା ପ୍ରକାଶ ପାଇଛି। ବିଡିଓଙ୍କ ନିର୍ଦେଶକ୍ରମେ ଶନିବାର ଟ୍ୟାଙ୍କର ଯୋଗେ ଗ୍ରାମକୁ ବିଭାଗୀୟ କର୍ତ୍ତୃପକ୍ଷ ପାନୀୟ ଜଳ ପଠାଇଛନ୍ତି। ଅନ୍ୟପଟେ ଏହି ସମସ୍ୟାର କିଭଳି ସମାଧାନ ହୋଇପାରିବ ସେ ସମ୍ପର୍କରେ ଗଞ୍ଜାମ ବ୍ଲକ ବିଡିଓ ଅଚ୍ୟୁତ ନନ୍ଦ ଜାନି, ସରପଞ୍ଚ ସଂଯୁକ୍ତା ପ୍ରଧାନ, ପୂର୍ବତନ ସରପଞ୍ଚ ଦିଲ୍ଲୀପ ଛୋଟରାୟ, ବିଭାଗୀୟ ଯନ୍ତ୍ରୀ, ଗ୍ରାମର ଦୁର୍ଯ୍ୟୋଧନ ଛୋଟରାୟ ପ୍ରମୁଖ ଆଲୋଚନା କରିଛନ୍ତି।

ସୂଚନାଯୋଗ୍ୟ ଯେ, ଗ୍ରାମରେ ଗତ ଏକ ସପ୍ତାହ ହେଲା ଲୋକମାନେ ପାନୀୟ ଜଳ ଅଭାବ ଯୋଗୁଁଁ ଦୂର ଦୁରାନ୍ତକୁ ସାଇକେଲ, ମୋଟର ସାଇକେଲ ଯୋଗେ ଯାଇ ବଟେଶ୍ୱର ମନ୍ଦିର ନିକଟରେ ଥିବା ନଳକୂଅ ପାଣି ଆଣୁଥିବା ଦେଖିବାକୁ ମିଳିଛି। କାରଣ ଗ୍ରାମର ଲୋକଙ୍କୁ ସେହି ନଳକୂପ ହିଁ ଭରସା। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖିବାକୁ ମିଳିଥିଲା। ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରିଥିଲେ। ଏହି ଯୋଜନାରେ ଗଞ୍ଜାମ ବ୍ଲକର ୫୫ଟି ଗ୍ରାମକୁ ପାନୀୟ ଜଳ ଯୋଗାଣ ହେଉଥିଲା। ତାହା ଏବେ ବନ୍ଦ ରହିଛି। ମୁଖ୍ୟତଃ ଭାବେ ପାଳିବନ୍ଦ ପଂଚାୟତ ଲବଣା ଅଞ୍ଚଳ ଯୋଗୁଁଁ ଏହି ସମସ୍ୟା ଲୋକଙ୍କ ପାଇଁ ଦ୍ବିଗୁଣ ହୋଇଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories