ଅଷ୍ଟମ ବାଟାଲିୟନ ପକ୍ଷରୁ ଜଳଛତ୍ର ଉଦଘାଟନ

ଗଞ୍ଜାମ: ଗଞ୍ଜାମ ସହର ଅନତିଦୂରରେ ଥିବା ଛତ୍ରପୁର ଓଏସଏପି ଅଷ୍ଟମ ବାଟାଲିୟନ ଓ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଅଗସ୍ତି ନୁଆଗାଁ ଛକ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଜଳଛତ୍ର ଉଦଘାଟିତ ହୋଇଯାଇଛି। ଉକ୍ତ ଜଳଛତ୍ରକୁ ବଟାଲିୟନ ଦୁର୍ଗପତି ଶାରଦା ପ୍ରସାଦ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାସ୍ତା ଦେଇ ଯାଉଥିବା ପଥିକ ମାନଙ୍କୁ ଦହି ପଣା ବଣ୍ଟନ କରାଯାଇଥିଲା।

କାର୍ଯ୍ୟକ୍ରମରେ ଆଞ୍ଚଳିକ ପରିବହନ କାର୍ଯ୍ୟଳୟ ଅଧିକାରୀ ସୁରେନ୍ଦ୍ର ନାଥ ଜେନା, ଉପ ଦୁର୍ଗପତି ଯଶୋବନ୍ତ ସେଠି, ସହକାରୀ ଦୁର୍ଗପତି ଏଲ. ବିଜୟରତ୍ନମ, ନୃସିଂହ ଚରଣ ଦାଶ, ସୁବେଦାର ପବିତ୍ର ମୋହନ ମୁଣ୍ଡା, ହାବିଲଦାର ଓ ସିପାହୀ ଶାଖା ସଙ୍ଘ ସଭାପତି ଯଶୋବନ୍ତ ସ୍ୱାଇଁ, ସରପଞ୍ଚ ପ୍ରତିନିଧି ବାପୀ ଦାସ ପ୍ରମୁଖଙ୍କ ସହ ସମସ୍ତ ଇନିସ୍ପେକ୍ଟର ଓ ଡେପୁଟି ସୁବେଦାର ଉପସ୍ଥିତ ରହିଥିଲେ।

Comments are closed.