ଗୋପବନ୍ଧୁ ସେବିକା ମହାବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ

ଗୁରୁଡିଝାଟିଆ: ମାଧବପୁର ସ୍ଥିତ ଗୋପବନ୍ଧୁ ସେବିକା ମହାବିଦ୍ୟାଳୟରେ ଓଡିଶା ଦିବସ ପାଳିତ ହୋଇଛି। ମହାବିଦ୍ୟାଳୟ ଅଧକ୍ଷ ଏଡୱିନ ଆନନ୍ଦ ଉତ୍ସଵରେ ପୌରହିତ୍ୟ କରି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହନୀୟ ଭୂମିକା ତୁଲାଇ ଥିବା ବରପୁତ୍ର ମାନଙ୍କୁ ପ୍ରଣାମ ଜଣାଇବା ସହ ପ୍ରତ୍ୟେକ ଓଡ଼ିଆ ନିଜ ମା’ ମାଟିର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ କହିଥିଲେ। ଅନୁଷ୍ଠାନର ନିର୍ଦ୍ଦେଶକ ଶିବରାମ ମିଶ୍ର ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ତ୍ୟାଗ ପୂତ ସାଧନା, ସଂଗ୍ରାମ ଓ ଉତ୍କଳ ଗୌରବ ମଧୁସୁଦନଙ୍କ ସହ ଅନ୍ୟ ମହତ୍ମାଙ୍କ ସଂଗ୍ରାମର ଗାଥା ବର୍ଣ୍ଣନା କରିବା ସହ ଓଡ଼ିଆ ମା’କୁ ପ୍ରଗତି ପଥରେ ଆଗେଇ ନେବା ସହ ଓଡ଼ିଆ ଅସ୍ମିତା ଓ ବିରତ୍ଵର ଭାବକୁ ପ୍ରଜ୍ଜ୍ଵଳିତ କରିବା ଦିଗରେ ଯୁବ ସମାଜର ଭୂମିକା ସମ୍ପର୍କରେ କହିଥିଲେ। ବିଦ୍ୟାର୍ଥୀ ମାନେ ଓଡ଼ିଶା ଦିବସ ସମ୍ପର୍କରେ ସ୍ଵ ସ୍ୱ ମତ ଉପସ୍ଥାପନ କରିଥିଲେ। ଏହି ଅବସରରେ ଦୃଶ୍ୟ ଶ୍ରାବ୍ୟ ଜରିଆରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସମ୍ପର୍କରେ ଚିତ୍ର ପ୍ରଦର୍ଶିତ କରାଯାଇଥିଲା।

Comments are closed.