କଣ୍ଟାବାଞ୍ଜି ଶିଶୁଵିଦ୍ୟାମନ୍ଦିରରେ ଉତ୍କଳ ଦିବସ ପାଳିତ

କଣ୍ଟାବାଞ୍ଜି: ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର କଣ୍ଟାବାଞ୍ଜି ଠାରେ ଉତ୍କଳ ଦିବସ ପାଳିତ ହୋଇ ଯାଇଛି। ଆୟୋଜିତ ଉତ୍ସବ ବନ୍ଦେ ଉତ୍କଳ ଜନନୀ ଗାନ ସହ ଆରମ୍ଭ ହୋଇଥିଲା। ପ୍ରଥମେ ଅତିଥି ମାନଙ୍କ ଦ୍ୱାରା ଉତ୍କଳର ବରପୁତ୍ର ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ, ମଧୁସୂଦନ ଦାସଙ୍କ ତୈଳଚିତ୍ରରେ ପୁଷମାଲ୍ୟ ଓ ପ୍ରଦୀପ ପ୍ରଜ୍ବଳନ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବରେ କଣ୍ଟାବାଞ୍ଜି ଶଙ୍ଖୁଲ ପ୍ରମୁଖ ଶିକ୍ଷାବିତ ରାମଚନ୍ଦ୍ର ସାହୁ, ସ୍କୁଲ ପରିଚାଳନା କମିଟି ସଭାପତି କୁଞ୍ଜ ବିହାରୀ ବେହେରା, ସମ୍ପାଦକ ଯୁବରାଜ ମେହେର ଓ ପ୍ରଧାନଆଚାର୍ଯ୍ୟ ତେଜରାଜ ସାହୁ ମଂଚାସୀନ ଥିଲେ।
Comments are closed.