ସିଏସସି ଶିକ୍ଷା ଓ ତାଲିମ କେନ୍ଦ୍ର ଉଦଘାଟିତ

ଆଠଗଡ଼: ଆଠଗଡ ହାଉସିଂ ବୋର୍ଡ ଛକସ୍ଥିତ ଆଇକ୍ୟୁ ଏଜୁକେସନ ଅନୁଷ୍ଠାନରେ ଭାରତ ସରକାରଙ୍କର ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଅଧିନ ସହଜ ଜନସେବା କେନ୍ଦ୍ରର ଏକ ଅଂଶବିଶେଷ ଭାବେ ସିଏସସି ଶିକ୍ଷା ଓ ତାଲିମ କେନ୍ଦ୍ର ଉଦଘାଟନ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଆଠଗଡ ଏନଏସି ଅଧକ୍ଷା ସସ୍ମିତା ରାଉତ ଯୋଗଦେଇ ଏହି ସିଏସସି ଡିଜିଟାଲ ଶିକ୍ଷା ଓ ତାଲିମ କେନ୍ଦ୍ରକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ଶିଶିର କୁମାର ଉଦୟସିଂହ ଓ କଖଡି କଲେଜ ଅଧ୍ୟକ୍ଷ ରଞ୍ଜିତ କୁମାର ସ୍ୱାଇଁ ଯୋଗଦେଇ ଉଦବୋଧନ ଦେଇଥିଲେ। ଅନୁଷ୍ଠାନର ନିର୍ଦ୍ଦେଶକ ରିଙ୍କି ନନ୍ଦ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।

ଅନୁଷ୍ଠାନର ସହକାରୀ ନିର୍ଦ୍ଦେଶକ ଜିତେନ୍ଦ୍ର କୁମାର ସ୍ୱାଇଁ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଆସନ୍ତା ୪୫ ଦିନ ପର୍ଯ୍ୟନ୍ତ ଡିଜିଟାଲ ଇଣ୍ଡିଆ ମିଶନର ଏକ ତାଲିମ କାର୍ଯ୍ୟକ୍ରମ ଚାଲିବ ବୋଲି କହିଥିଲେ। ଏଥିରେ ୧୦ମ ତଦୁର୍ଦ୍ଧ ଛାତ୍ରଛାତ୍ରୀଙ୍କ ପାଇଁ ବିନାମୂଲ୍ୟରେ ତାଲିମ ଦେବାର ବ୍ୟବସ୍ଥା କରାଯାଇଥିବା ସେ ସୂଚନା ଦେଇଥିଲେ। ଏହି ପରିପେକ୍ଷୀରେ ସିଏସସି ଡିଜିଟାଲ ଶିକ୍ଷା ଓ ତାଲିମ ସମ୍ପର୍କିତ ସଚେତନତା ଉଦ୍ଦେଶ୍ୟରେ ଆସିଥିବା ଏକ ଭ୍ରାମ୍ୟମାଣ ଗାଡି ସହିତ ବହୁ ଛାତ୍ରଛାତ୍ରୀ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ସରକାରଙ୍କ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ବିଷୟରେ ଲୋକମାନଙ୍କୁ ସଚେତନ କରାଇଥିଲେ।

Comments are closed.