ମନରେଗାରେ ଆଉ ଏକ ଅନିୟମିତତା ଅଭିଯୋଗ 

ପାଟଣା : ସାହାରପଡା ବ୍ଲକ ଅନ୍ତର୍ଗତ ଖଜିରାପାଟ ପଞ୍ଚାୟତର ପଡିଆପସି ଗ୍ରାମରେ ଗତ ୨୦୨୨/୨୩ ଆର୍ଥିକ ବର୍ଷରେ କାଜୁ ଜଙ୍ଗଲଠାରୁ ଡ଼ଙ୍ଗାଘାଟ ପର୍ଯ୍ୟନ୍ତ ଏକ ରାସ୍ତା କାମ ହେବାକୁ ୮ ଲକ୍ଷ ଟଙ୍କା ବ୍ୟୟ ମଞ୍ଜୁର ହୋଇ ମନରେଗା ଯୋଜନାରେ ଏହି ଉନ୍ନୟନ କାମ କରାଯିବାର ଯୋଜନା ଥିଲା । ଗ୍ରାମବାସୀଙ୍କ କହିବା କଥା ଗତ ବର୍ଷ କାଜୁ ଜଙ୍ଗଲଠାରୁ ମାତ୍ର ୧ଶହ ମିଟର ପାଖାପାଖି ରାସ୍ତାରେ ମାଟି ପଡିଥିଲା, ଏବେ ଆଉ କାମ ହୋଇନାହିଁ । କିନ୍ତୁ ୮ ଦିନ ତଳେ ଏକ ସୂଚନା ଫଳକ ତିଆରି ହୋଇଛି। ସେଥିରେ ୨୦୨୨/୨୩ ଆର୍ଥିକ ବର୍ଷ ମଧ୍ୟ ଲେଖା ହେବା ସହ ଆଠ ଲକ୍ଷ ଟଙ୍କା ବ୍ୟୟ ହୋଇଥିବା ମଧ୍ୟ ଲେଖାଯାଇଛି। କେବେ ଆରମ୍ଭ କେବେ ଶେଷ ତାହା କିଛି ଲେଖା ହୋଇନାହିଁ । ସେଠାରେ ଏତେ ପରିମାଣରେ ଲଟା ବୁଦା ହୋଇଛି ଯେ ରାସ୍ତା ଥିବା ଭଳି ମଧ୍ୟ ଜଣା ପଡୁନାହିଁ । ଲୋକଙ୍କ କହିବା ଅନୁଯାୟୀ ଗତବର୍ଷ ଯେତିକି ମାଟି ପଡିଥିଲା ତାହା ଆଠ ଲକ୍ଷ ଟଙ୍କାର ଖର୍ଚ୍ଚ ହେବନାହିଁ । ଗତବର୍ଷର କାମ ଏବର୍ଷ କାହିଁକି ସୂଚନା ଫଳକ ଲେଖା ହେଲା ସାଧାରଣ ଜନତାଙ୍କୁ ସନ୍ଦେହ ହେଉଛି । ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

Comments are closed.