ରୀତିନୀତି ସହ ମା ମେଟାକାନିଙ୍କ ବାର୍ଷିକ ପୂଜା ସମ୍ପନ୍ନ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନଏସି ଅନ୍ତର୍ଗତ ଲାଦରପାଲି ଜାତୀୟ ରାଜପଥ କଡ଼ରେ ଥିବା ମାଁ ମେଟାକାନି ମନ୍ଦିରର ଦୁଇ ଦିନ ଧରି ଚାଲିଥିବା ବାର୍ଷିକ ପୂଜା ଆଜି ସମ୍ପନ୍ନ ହୋଇଯାଇଛି। ବୈଦିକ ରୀତି ନୀତିରେ କଳସlଦି ଆବାହନ, ଷୋଡ଼ଶ ପୂଜା ଆଜି କରାଯାଇଥିଲା। ଆଜି ଚଣ୍ଡୀ ହୋମ ସକାଳ ୯ରୁ ଆରମ୍ଭ ହୋଇ ଅପରାହ୍ନ ୨ଟାରେ ପୂର୍ଣ୍ଣାହୁତି ସହ ପୁଷ୍ପାଞ୍ଜଳି, ମହାଆରତୀ କରାଯାଇଥିଲା। ସଦେବୀ ମାଁ ପୂଜକ ଶେଷଦେବ ବାଦି ପୀଠ ପୂଜା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ଅଜୟ ମହାପାତ୍ର, ଜ୍ୟୋତି ପ୍ରକାଶ ପଣ୍ଡା ଓ ପ୍ରଦୀପ ମହାପାତ୍ର ହୋମ କାର୍ଯ୍ୟ ଆଦି ତୁଲାଇଥିଲେ।
Comments are closed.