ଉତ୍କଳ ହସ୍ପିଟାଲରେ ଉତ୍କଳ ଦିବସ ପାଳିତ

ଗୁରୁଡିଝାଟିଆ: ଭୁବନେଶ୍ୱର ସ୍ଥିତ ଉତ୍କଳ ହସ୍ପିଟାଲରେ ଉତ୍କଳ ଦିବସ ପାଳିତ ହୋଇଛି। ଚିକିତ୍ସାଳୟର ଅଧ୍ୟକ୍ଷ ଡାକ୍ତର ଆଦିତ୍ୟ କୁମାର ସାମଲ ଭିଡ଼ିଓ କନଫରେନ୍ସ ଜରିଆରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହନୀୟ ଭୂମିକା ଗ୍ରହଣ କରିଥିବା ମନିଷୀ ପ୍ରତ୍ୟେକ ଓଡିଆଙ୍କ ପାଇଁ ନମସ୍ୟ ବୋଲି କହିବା ସହ ସମସ୍ତେ ମିଳିମିଶି ଆମ ରାଜ୍ୟର ହୃତ ଗୌରବ, ଅସ୍ମିତା ମଜବୁତ୍ କରିବା ସହ ପ୍ରଗତି ଦିଗରେ ଆଗେଇ ନେବାକୁ କହିଥିଲେ। ଚିକିତ୍ସାଳୟର ପରିଚାଳନା ନିର୍ଦ୍ଦେଶକ ଡାକ୍ତର ପ୍ରଜ୍ଞାନ ରଞ୍ଜନ ଘଡ଼ାଇ, ନିର୍ଦ୍ଦେଶକ ଚିକିତ୍ସାଳୟ ସେବା ଡାକ୍ତର ରଞ୍ଜନ କୁମାର ମହାପାତ୍ର, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବି କେ ସୁବୋଧ ସିଂହ, ସିଏଫଓ ଅରୁଣ କୁମାର ଖିଲାର ଓ ମାନବ ପ୍ରମୁଖଙ୍କ ଚିକିତ୍ସାଳୟର ବିଭିନ୍ନ ବିଭାଗର ଡାକ୍ତର ଓ ସେଵିକାମାନେ ଉପସ୍ଥିତ ଥିଲେ। ଚିକିତ୍ସାଳୟକୁ ସ୍ୱତନ୍ତ୍ର ଭାବେ ଆଲୋକମାଳାରେ ସଜ୍ଜିତ କରାଯାଇ ଥିବା ବେଳେ ସ୍ୱାସ୍ଥ୍ୟ ସଚେତନତା ଶିବିର କରାଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

Comments are closed.