ଜଣେମାତ୍ର ଲାଇବ୍ରେରିଆନରେ ଚାଲିଛି ପାଠାଗାର

ବୌଦ୍ଧ: ପୁସ୍ତକ ହେଉଛି ଜ୍ଞାନର ଭଣ୍ଡାର। ଶିକ୍ଷାକ୍ଷେତ୍ରରେ ବୈଷାୟିକ ଜ୍ଞାନ କୈଶଳ ବ୍ୟବହାର ବୃଦ୍ଧି ପାଇବା ସହିତ ଶିକ୍ଷା କ୍ଷେତ୍ରରେ ଏହାର ପ୍ରଭାବ ବହୁଳ ପ୍ରଭାବିତ କରିଛି। ବର୍ତମାନ ମୋବାଇଲ ଓ ଇଣ୍ଟରନେଣ୍ଟ ଯୁଗରେ ଯୁବପିଢି ପୁସ୍ତକ ଠାରୁ ଦୁରେଇ ଯିବା ଦେଖିବାକୁ ମିଳିଛି। ତେଣୁ ଜିଲ୍ଲାରେ ପୁସ୍ତକ ପ୍ରତି ଆଗ୍ରହ ଦେଖାଇବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଜିଲା ସୂଚନା ଓ ଲୋକ ସଂପର୍କ ବିଭାଗ କାର୍ଯ୍ୟାଳୟରେ ସଂସ୍କୃତି ବିଭାଗ ପକ୍ଷରୁ ଏକ ଜିଲା ପାଠାଗାର ନିର୍ମାଣ କରାଯାଇଛି।

ସଂସ୍କୃତି ବିଭାଗ ପକ୍ଷରୁ ଥିବା ଜିଲା ପାଠାଗାରର କୋଠା ଦୁର୍ବଳ ହୋଇ ପଡିବା ଯୋଗୁଁ ଏଠାରେ ଅସ୍ଥାୟୀ ଭାବରେ ଏହି ଜିଲ୍ଲା ପାଠାଗାର ୨.୧୦.୨୦୨୨ ମସିହାରେ ଏହାର ଶୁଭାରମ୍ଭ କରାଯାଇଥିଲା। ଉଦଘାଟନ ପରେ ପାଠାଗାର ପ୍ରତି ଧିରେ ଧିରେ ଛୋଟଛୋଟ ପିଲା,ଯୁବପିଢି, ଛାତ୍ରଛାତ୍ରୀ,ବରିଷ୍ଠ ନାଗରିକ ଓ ସାଧାରଣ ବର୍ଗର ଲୋକଙ୍କ ଆଗ୍ରହ ଦେଖିବାକୁ ମିଳିଛି। ସକାଳ ୭ ଘଣ୍ଟା ସମୟରେ ପାଠାଗାର ଖୋଲିବା ମାତ୍ରେ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ଆସି ପାଠାଗାରରେ ବସି ପଢିବା ଆରମ୍ଭ କରିଦିଅନ୍ତି। ସୁବିଧା ଦୃଷ୍ଟିରୁ ତିନିଟି କକ୍ଷ କରାଯାଇଛି।

ଗୋଟିଏ କକ୍ଷ ବରିଷ୍ଠ ନାରିକଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିବା ବେଳେ ଅନ୍ୟ ଦୁଇଟି କୁନି କୁନି ପିଲାଙ୍କ ପାଇଁ ଓ ଅନ୍ୟଟି ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। ଏହି ପାଠାଗାରରେ ପ୍ରାୟ ସାତ ହଜାରରୁ ଉଦ୍ଧ୍ୱର୍ ପୁସ୍ତକ ରହିଥିବା ବେଳେ ଏଠାରେ ବିଶ୍ୱର ବହୁ ବଡ ବଡ ଲେଖକଙ୍କ ବହି, ଶିଶୁ ସାହିତ୍ୟକଙ୍କ ବହି ସମେତ ବିଭିନ୍ନ ଶିକ୍ଷଣୀୟ ବହି ଏଠାରେ ରହିଛି। ହେଲେ ଏହି ପାଠାଗାରରେ ଅନେକ ସମସ୍ୟା ରହିଛି। ପାଠକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସ୍ଥାନାଭାବ ଦେଖାଦେଇଛି। ଜଣେମାତ୍ର ଲାଇବ୍ରେରିଆନରେ ଚାଲିଛି ପାଠାଗାର।

କର୍ମଚାରୀ ଅଭାବ ଯୋଗୁଁ ଅନେକ ଅସୁବିଧା ଦେଖାଦେଉଛି। ଜିଲା ସଂସ୍କୃତି ବିଭାଗ ସ୍ଥାନରେ ନୂତନ ସ୍ଥାୟୀ ପାଠାଗାର ନିର୍ମାଣ କରାଯିବାକୁ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ପଶ୍ଚିମ ଓଡିଶା ବିକାଶ ପରିଷଦକୁ ଅନୁଦାନ ମଗାଯାଇଥିବା ଜଣାପଡିଛି। ଅନୁଦାନ ଆସିଲେ ନୁତନ କୋଠା ନିର୍ମାଣ କରାଯିବ। ପାଠକଙ୍କ ସୁବିଧା ଦୃଷ୍ଟିରୁ ତୁରନ୍ତ ନୂତନ କୋଠା କାମ ଆରମ୍ଭ କରାଯିବା ସହିତ ଆବଶ୍ୟକ କର୍ମଚାରୀ ପଦବୀ ପୂରଣ କରାଯିବାର ଆବଶ୍ୟକତା ରହିଛି।

Comments are closed.