ବିଦ୍ୟୁତ୍ ଆଘାତରେ ଜଣଙ୍କ ମୃତ୍ୟୁ

ବୌଦ୍ଧ: ବଘିଆପଡା ପଞ୍ଚାୟତ ଅନ୍ତର୍ଗତ ଝାଙ୍କରପଡାରେ ବିଦୁତ୍ ତାର ଲାଗି ଜଣଙ୍କ ମୃତ୍ୟୁ  ହୋଇଛି। ଝାଙ୍କରପଡ଼ା ଗ୍ରାମର ଶମ୍ଭୁ ମହାଳିକ ଦିନ ଦିପହରେ କାମ ଧାମ ସାରି ନିଜ ଘର ପଛ ପାଖରେ କୁଅ ନିକଟକୁ ଯାଇ ବାରିରେ କରିଥିବା ପନି ପରିବାରେ ପାଣି ଦେବା ସହ ଗାଧେଇ କି ଆସିବି କହି ଘର ଲୋକଙ୍କୁ କହି ଯାଇଥିଲେ। ହେଲେ ଘରକୁ ଫେରି ନଥିଲେ । ବିଳମ୍ୱ ହେବାରୁ ଘର ଲୋକ ଦେଖିବା ତାଙ୍କୁ ଖୋଜିବାକୁ ଯାଇଥିଲେ। ହେଲେ ସେ କୁଅ ନିକଟରେ ପଡ଼ି ଥିବା ଦେଖିଥିଲେ।

ଟୁଲୁ ପମ୍ପରେ ବିଦୁତ୍ ସଂଯୋଗ କରିବା ସମୟରେ ବିଦ୍ୟୁତତାର  ଲାଗି ଯିବାରୁ ଶମ୍ଭୁଙ୍କ  ଘଟଣା ସ୍ଥଳରେ ହିଁ  ମୃତ୍ୟୁହୋଇଯାଇଥିବା ପରିବାର ଲୋକେ କହଛନ୍ତି। ପରିବାରର ରୋଜଗାର କ୍ଷମ ଲୋକ କହିଲେ ଶମ୍ଭୁ ମହାଳିକ ହିଁ ଥିଲେ। ତାଙ୍କର ମୃତ୍ୟୁ ପରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ମୃତଦେହ ଜବତ ପରେ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ପଠାଇ ଥିବା ବଘିଆପଡ଼ା ଫାଣ୍ଡି ଅଧିକାରୀ ଅଭୟ ପ୍ରଧାନ କହିଛନ୍ତି।

Comments are closed.