www.samajalive.in
Wednesday, December 10, 2025
18.1 C
Bhubaneswar

ବୌଦ୍ଧ ଏନଏସିକୁ ମ୍ୟୁନିସିପାଲଟିର ମାନ୍ୟତା କେବେ ?

ବୌଦ୍ଧ : ଐତିହାସିକ ବୈାଦ୍ଧଗଡଜାତ ସହର ୧୯୬୧ ମସିହାରେ ଏନଏସି ମାନ୍ୟତା ପାଇଥିଲା। ହେଲେ ବର୍ତ୍ତମାନ ଏହି ଏନଏସି ମ୍ୟୁନିସିପାଲିଟି ସାମର୍ଥ୍ୟ ରହିଥିବା ବେଳେ ପ୍ରଶାସନିକସ୍ତରରେ ଆନ୍ତରିକତାର ଅଭାବ ଯୋଗୁଁ ଏହି ଏନଏସି ଆଜି ପର୍ଯ୍ୟନ୍ତ ମ୍ୟୁନିସିପାଲଟିର ମାନ୍ୟତା ପାଇପାରିନାହିଁ। ଯାହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଏହି ବୌଦ୍ଧଗଡ ଏନଏସିର ଆୟତନ ଓ ଜନସଂଖ୍ୟା ଦୃଷ୍ଟିରୁ ଯଦି ଓ ସେତେବେଳେ ଏ ଅଚଂଳ ଏନଏସିର ମାନ୍ୟତା ହାସଲ କରିଥିଲା। ବର୍ତ୍ତମାନ କିନ୍ତୁ ସମୟ ବଦଳି ଯାଇଛି। ବର୍ତ୍ତମାନ ସହରର ଜନସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଏହାର ଆୟତନ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଏକ ମ୍ୟୁନସିପାଲଟିର ମାନ୍ୟତା ପାଇଁ ଦୀର୍ଘ ବର୍ଷଧରି ବିଭିନ୍ନ ମହଲରୁ ଦାବି ହୋଇଆସୁଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଉଦାସିନତା ଯୋଗୁଁ ଆଜି ପର୍ଯ୍ୟନ୍ତ ମୁନସିପାଲଟି ଘୋଷଣା କରାଯାଇ ନାହିଁ। ବର୍ତ୍ତମାନ ସହରର ଜନସଂଖ୍ୟା ପ୍ରାୟ ୨୨ ହଜାରରୁ ଉଦ୍ଧ୍ୱର୍ ରହିଥିବା କୁହାଯାଉଥିବାବେଳେ ଜିଲ୍ଲାର ହରଭଙ୍ଗା ଓ ବୈାଦ୍ଧବ୍ଲକର କିଛି ଗ୍ରାମକୁ ନେଇ ମ୍ୟୁନିସିପାଲିଟି ଗଠନ କରାଯାଇପାରନ୍ତା ବୋଲି ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ହେଉଛି। ସେଥିପାଇଁ ଉଭୟ ରାଜନୈତିକ ଓ ପ୍ରଶାସନିକ ଆନ୍ତରିକତା ରହିବାର ଆବଶ୍ୟକତା ରହିଛି।

- Advertisement -

ଏହି ବୈାଦ୍ଧଗଡ ଏନଏସିକୁ ମ୍ୟୁନିସିପାଲିଟିର ମାନ୍ୟତା ପ୍ରଦାନ ପାଇଁ ୨୦୦୬ ମସିହାରେ ବୈାଦ୍ଧଗଡ ଏନଏସି ପକ୍ଷରୁ ସରକାଙ୍କ ପାଖକୁ ଏକ ପ୍ରସ୍ତାବ ମଧ୍ୟ ଯାଇଥିବା ଜଣାଯାଏ। ହେଲେ ସରକାର ଏହାକୁ ଘୋଷଣା କରିବାରେ ଟାଲଟୁଳ ନିତି ଆପଣାଇ ଚାଲିଛନ୍ତି। ଇତି ମଧ୍ୟରେ ସରକାର ବିଭିନ୍ନ ସହରକୁ ଏନଏସିର ମାନ୍ୟତା ଘୋଷଣା କରିସାରିଛନ୍ତି। ସେହିପରି କେତେକ ଏନଏସିକୁ ମ୍ୟୂନିସିପାଲିଟି ମାନ୍ୟତା ପ୍ରଦାନ ମଧ୍ୟ କରିଥିବା ବେଳେ କାହାକୁ ମ୍ୟୁନିସିପାଲିଟିରୁ ମହାନଗର ମାନ୍ୟତା ମଧ୍ୟ ପ୍ରଦାନ କରିଛନ୍ତି। କିନ୍ତୁ ବୈାଦ୍ଧ ଏନଏସି ପୂର୍ବପରି ଏନଏସି ହୋଇରହିଛି। ସହର ନିକଟସ୍ଥ କାଲେଶ୍ୱର, ମାଉଳିସିଙ୍ଗା, ସାନବାଗବର, ପାଢୀସାହି, ପଲାସ, ଟୁଟୁସିଙ୍ଗା ଓ ମୁରୁଷୁଣ୍ଢି ଆଦିଗ୍ରାମ ଗୁଡିକର ସୀମା ସହିତ ସହର ସୀମା ମିଶି ଆସୁଥିବାରୁ ଏହି ଗ୍ରାମ ଗୁଡିକ ସହିତ ପ୍ରଶାସନିକସ୍ତରରେ ଉଦ୍ୟମ କରାଯାଇ ସେମାନଙ୍କୁ ସହର ସହିତ ସାମିଲ କରାଯାଇ ମ୍ୟୁନିସିପାଲଟି ଘୋଷଣା କରାଯାଇ ପାରନ୍ତା ଏବଂ ଏହା ଦ୍ୱାରା ଏହି ଅଞ୍ଚଳର ଅଧିକ ବିକାଶ ହୋଇ ପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

ଏହି ସବୁ ଗ୍ରାମର ଜନସଂଖ୍ୟା ପ୍ରାୟ ୧୦ ହଜାରରୁ ଉଦ୍ଧ୍ୱର୍ ଥିବାର ଅନୁମାନ କରାଯାଉଛି। ତେଣୁ ସରକାର ବୈାଦ୍ଧ ପ୍ରତି ଅବିଚାର ନ କରି ଆଗାମୀ ନିର୍ବାଚନ ପୂର୍ବରୁ ଏନଏସିରୁ ମ୍ୟୁନିସିପାଲଟିର ମାନ୍ୟତା ପ୍ରଦାନ କରିବାକୁ ସହରବାସୀଙ୍କ ପକ୍ଷରୁ ଦାବି ହେଉଛି।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories