www.samajalive.in
Sunday, December 7, 2025
23.1 C
Bhubaneswar

୨ ମାଓବାଦୀ ମୃତ , ବିପୁଳ ମାଓ ସାମଗ୍ରୀ ଜବତ

ବୌଦ୍ଧ : ବୌଦ୍ଧଜିଲାର ବୌଦ୍ଧ କନ୍ଧମାଳ ସମୀନ୍ତ ଜଙ୍ଗଲରେ ମାଓବାଦୀ ଓ ଏସଓଜି ଯବାନଙ୍କ ମଧ୍ୟରେ ଗୁଳିମିନିମୟ ଘଟି ଦୁଇଜଣ ମାଓବାଦୀଙ୍କ ମୃତ୍ୟୁ ହେବା ସହିତ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଥିବା ଜଣାଯାଇଛି। ଜିଲା ପୁଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା ସୂଚନା ମୁତାବକ ବୌଦ୍ଧ କନ୍ଧମାଳ ସୀମାନ୍ତ ଜଙ୍ଗଲରେ ମାଓ ଗତିବିଧି ରହିଥିବା ନେଇ ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇ ଏସଓଜି,ଡିଭିଏଫ ଏବଂ ବିଏସଫ ପକ୍ଷରୁ ପାଢେଲ ଓ ମାତାକୁପା ସଂରକ୍ଷିତ ଜଙ୍ଗଲର ବିଭିନ୍ନ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା ।

ଏସଓଜି ଓ ଡିଭିଏଫ ପକ୍ଷରୁ ଆଭ୍ୟନ୍ତରୀଣ ଜଙ୍ଗଲରେ ମିଳିତ ସର୍ଚ୍ଚ ଅପରେଶନ ଚାଲିଥିବାବେଳେ ୨୫ ତାରିଖ (ଗୁରୁବାର) ସକାଳ ପ୍ରାୟ ୭ ଘଣ୍ଟା ସମୟରେ ହଠାତ୍ ମାଓବାଦୀମାନେ ପୁଲିସ ଟିମ୍ ର ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ ଏବଂ ହେଣ୍ଡଗ୍ରାନେଡ ଫିଙ୍ଗିଥିଲେ । ପୁଲିସ ଟିମ୍ ତୁରନ୍ତ ମାଓବାଦୀମାନଙ୍କୁ ଘେରିଯାଇ ଆତ୍ମସମର୍ପଣ କରିବାକୁ କହିଥିଲେ । କିନ୍ତୁ ମାଓବାଦୀମାନେ ପୁଲିସ ଉପରକୁ ଆଖିବୁଜା ଗୁଳି ଚଳାଇବା ପରେ ଏସଓଜି ପକ୍ଷରୁ ମଧ୍ୟ ପାଲଟା ଗୁଳି ଚାଳନା କରାଯାଇଥିଲା ।

- Advertisement -

ଦୀର୍ଘ ସମୟଧରି ଉଭୟ ପଟରୁ ଗୁଳି ବିନିମୟ ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ପଳାୟନ କରିଥିଲେ । ପରେ ପୁଲିସ ପକ୍ଷରୁ ଉକ୍ତ ସ୍ଥାନ ଯାଞ୍ଚ କରାଯିବା ପରେ ଦୁଇଜଣ ମାଓବାଦୀଙ୍କ ଶବ ଜବତ କରାଯାଇଥିଲା । ଏଥିସହିତ ଗୋଟିଏ ରାଇଫଲ,୧୭ ଟି ଗୁଳି,ବିଜିଏଲ ରାଉଣ୍ଡ ୭ ଟି,ତାର ଏବଂ ଡେଟୋନେଟର ୧୦ ଟି,ହାତ ତିଆରି ବୋମା ୫ ଟି, ୧ ଟି ଫ୍ଲାସଲାଇଟ ଏମ୍ପ୍ଲିଫାୟାର,୨ ଟି ସୋଲାର ପେନାଲ,୬ ଟି ଆଇଇଡି, ମାଓବାଦୀଙ୍କ ପ୍ରଚାରପତ୍ର ଏବଂ ସେମାନଙ୍କ ଦ୍ୱାରା ନିତ୍ୟ ବ୍ୟବହୃତ ଅନେକ ସାମଗ୍ରୀ ଜବତ କରାଯାଇଥିଲା ।

ମୃତ ଦୁଇ ମାଓବାଦୀ ହେଲେ ସୁନିଲ ଏବଂ ସନ୍ତୁ , ଉଭୟ ମାଓମାଦୀ କେକେବିଏନ ର ଛତିଶଗଡ କ୍ୟାଡର ରେ କାର୍ଯ୍ୟ କରୁଥିବା ଜଣାଯାଇଛି । ଦୁଇ ମୃତ ମାଓବାଦୀଙ୍କ ନାମରେ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷିତ ହୋଇଥିବା ବୌଦ୍ଧ ଏସପି ରାଜ ପ୍ର୍ରସାଦ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଜଙ୍ଗଲରେ ଯବାନଙ୍କ ସହିତ ମୁହାଁ ମୁହିଁ ହୋଇଥିବା ଦଳରେ ପ୍ରାୟ ୩୦ ଜଣ ମାଓବାଦୀ ଥିବାର ସନ୍ଦେହ କରାଯାଉଥିବା ଏବଂ ଗୁଳିବିନିମୟ ଯୋଗୁଁ ସେମାନେ ମୃତ ମାଓବାଦୀଙ୍କ ଶବ ନେଇପାରିନଥିବା ସୂଚନା ଦିଆଯାଇଛି ।

ଜଙ୍ଗଲ ମଧ୍ୟରେ ବିପୁଳ ପରିମାଣର ଆଇଡି ବିଛା ଯାଇଥିବାରୁ ପୁଲିସ ମୃତ ମାଓବାଦୀଙ୍କ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇପାରିନାହିଁ । ଜଙ୍ଗଲ ମଧ୍ୟରେ ଏବେ ମଧ୍ୟ ସର୍ଚ୍ଚ ଅପରେଶସନ ଚାଲିଥିବା ଏସପି ଶ୍ରୀପ୍ରସାଦ ସୂଚନା ଦେଇଛନ୍ତି । ସର୍ଚ୍ଚ ଅପରେଶନ ପରେ ଆହୁରି ଅନେକ ସମାଗ୍ରୀ ଜବତ ହେବାର ସମ୍ଭାବନା ରହିଛି । ଏହି ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ଏସପି ଶୁଭେନ୍ଦୁ ପାତ୍ର ମଧ୍ୟ ଉପସ୍ଥିତ ଥିଲେ ।

ତେବେ ନିର୍ବାଚନ ପୂର୍ବରୁ ସୀମାନ୍ତ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୁଲିସ ପକ୍ଷରୁ ଲଗାତାର ଭାବରେ ସର୍ଚ୍ଚ ଅପରେଶନ ଜାରି ରହିଥିଲେ ମଧ୍ୟ ପ୍ରଥମଥର ପାଇଁ ଜିଲାରେ ଦୁଇଜଣ ମାଓବାଦୀ ପୁଲିସ ଗୁଳିର ଶିକାର ହୋଇଛନ୍ତି । ତେଣୁ ରକ୍ତମୁଖା ମାଓବାଦୀ କେତେବେଳେ କେଉଁ କାଣ୍ଡ ଭିଆଇବେ ତାହାକୁ ନେଇ ସାଧାରଣରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories