ରକ୍ତ ଦାନ କରନ୍ତୁ- ସୁସ୍ଥ ରୁହନ୍ତୁ

0

କଥାରେ ଅଛି ରକ୍ତ ଦାନ ଜୀବନ ଦାନ। ରକ୍ତଦାନ କରିବା ଦ୍ୱାରା ଆପଣ କାହାର ଜୀବନ ବଞ୍ଚାଇଥାନ୍ତି ଏହାସହିତ ରକ୍ତଦାନ କରିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ। ରକ୍ତଦାନ କରିବା ଦ୍ୱାରା ଜଟିଳ ରୋଗରୁ ଆପଣଙ୍କୁ ମୁକ୍ତି ମିଳିଥାଏ। ପ୍ରତି ବର୍ଷ ଲକ୍ଷ ଲକ୍ଷ ଲୋକ ଠିକ ସମୟରେ ରକ୍ତ ନମିଳିବା କାରଣରୁ ମୃତ୍ୟୁ ବରଣ କରୁଛନ୍ତି। ରକ୍ତଦାନକୁ ନେଇ ସରକାର ଏବଂ ସାମାଜିକ ସଂଗଠନ ଅନେକ ସଚେତନତା ଅଭିଯାନ ଚଳାଉଛନ୍ତି। କିନ୍ତୁ ସାଧାରଣତଃ ଲୋକମାନଙ୍କୁ ଲାଗେ ରକ୍ତଦାନ କରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ। ଯଦି ଆପଣ ମଧ୍ୟ ଏହିଭଳି ଭାବୁଥାନ୍ତି ତେବେ ଏବେ ଆପଣଙ୍କ ଭାବନାକୁ ପରିବର୍ତ୍ତନ କରନ୍ତୁ। ରକ୍ତଦାନ କରିବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହେବା ବଦଳରେ ଭଲରହିଥାଏ।

ରକ୍ତଦାନକୁ ନେଇ ଲୋକ ମାନଙ୍କ ମଧ୍ୟରେ ଗୋଟିଏ ବଡ ଭ୍ରମ ଧାରଣା ରହିଛି ଯେ ବର୍ଷକୁ ଥରେ ମାତ୍ର ରକ୍ତଦାନ କରିବା ଉଚିତ। କିନ୍ତୁ ଜାଣିରଖନ୍ତୁ ଏହା ସମ୍ପୁର୍ଣ୍ଣ ଭୁଲ। ଜଣେ ସୁସ୍ଥ ବ୍ୟକ୍ତି ୩ରୁ୬ ମାସ ଭିତରେ ଥରେ ଲେଖାଁଏ ରକ୍ତଦାନ କରିପାରିବେ। ଆହୁରି ମଧ୍ୟ ଲୋକମାନଙ୍କ ଭିତରେ ଏହି ଭ୍ରାନ୍ତ ଧାରଣା ଅଛି ଯେ ରକ୍ତଦାନ କରିବା ଦ୍ୱାରା ଶରୀରକୁ ଦୁର୍ବଳ ଲାଗିଥାଏ ଏବଂ ଯେତିକି ରକ୍ତ ଦେଇଛନ୍ତି ତାହାର ଭରଣା ହେବାପାଇଁ ଅଧିକ ସମୟ ଲାଗିଥାଏ। ମାତ୍ର ଏହା ସତ୍ୟ ନୁହେଁ। ସତ୍ୟ ହେଉଛି ରକ୍ତଦାନ କରିବା ଦ୍ୱାରା କୌଣସି ପ୍ରକାର ଦୁର୍ବଳତା ଅନୁଭବ ହୁଏନାହିଁ। ରକ୍ତଦାନ କରିବାର ୨୪ଘଣ୍ଟା ମଧ୍ୟରେ ପୁନର୍ବାର ରକ୍ତ ସୃଷ୍ଟି ହେବାରେ ଲାଗିଥାଏ। ରକ୍ତଦାନକୁ ନେଇ ଲୋକମାନଙ୍କ ମଧ୍ୟରେ ଅନେକ ଭୁଲ ଧାରଣା ରହିଛି ଯେ, ରକ୍ତ ଦେବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ ଏବଂ ଶରୀରକୁ ଶିଘ୍ର ରୋଗ ବ୍ୟାପିଥାଏ। କିନ୍ତୁ ଏଭଳି ହୋଇନଥାଏ। ରକ୍ତଦାନ କରିବା ଦ୍ୱାରା ଏହା ଶରୀରକୁ ସୁସ୍ଥ ରଖିଥାଏ।

prayash

ବିଶେଷଜ୍ଞଙ୍କ କହିବା ଅନୁସାରେ ରକ୍ତଦାନ କରିବା ଦ୍ୱାରା କୋଲେଷ୍ଟ୍ରଲର ସ୍ତର ଏବଂ ରକ୍ତଚାପ ଠିକ ରହିଥାଏ, ଯାହା ହୃଦୟ ପାଇଁ ଭଲ। ଏହାଦ୍ୱାରା ରକ୍ତ ପତଳା ହୋଇଥାଏ। ନ୍ୟାସନାଲ କ୍ୟାନସର ଇନଷ୍ଟିଟ୍ୟୁଟ ଫିନଲାଣ୍ଡର ଏକ ରିପୋର୍ଟ ଅନୁସାରେ ଯେଉଁ ଲୋକମାନେ ନିୟମିତ ରକ୍ତଦାନ କରିଥାନ୍ତି ସେମାନଙ୍କ ରକ୍ତରେ ଆଇରନର ମାତ୍ରା ସନ୍ତୁଳିତ ଅବସ୍ଥାରେ ରହିଥାଏ ଏବଂ କ୍ୟାନସର ହେବାର ଭୟ କମ୍‍ ହୋଇଥାଏ। ରକ୍ତଦାନ କଲେ ବଢୁଥିବା ଓଜନ ସନ୍ତୁଳିତ ଅବସ୍ଥାରେ ରହିଥାଏ। ଯଦି ଆପଣ ନିୟମିତ ଭାବେ ରକ୍ତଦାନ କରନ୍ତି ତେବେ ଆପଣଙ୍କ ସ୍ମରଣ ଶକ୍ତି ସକ୍ରିୟ ରହିଥାଏ। ଆପଣ ବାର୍ଦ୍ଧକ୍ୟ ସମୟରେ ଅଲଜାଇମର ଭଳି ରୋଗ କବଳରୁ ରକ୍ଷା ପାଇପାରିବେ।

ଆସନ୍ତୁ ଜାଣିବା କେଉଁମାନେ ରକ୍ତ ଦାନ କରିପାରିବେ
ଯେଉଁ ଲୋକମାନଙ୍କଠାରେ କୌଣସି ସଂକ୍ରାମକ ରୋଗ ନଥିବ ଏବଂ ୧୮ରୁ ୬୦ ବର୍ଷ ଭିତରେ ତାଙ୍କର ବୟସ ହୋଇଥିବ, ଓଜନ ୫୦କିଲୋଗ୍ରାମରୁ ଅଧିକ ହୋଇଥିବ ସେମାନେ ରକ୍ତଦାନ କରିପାରିବେ। ହେମୋଗ୍ଲୋବିନର ସ୍ତର ଠିକ ରହିବା ରକ୍ତଦାନ କରିବା ପାଇଁ ନିହାତି ଆବଶ୍ୟକ। ଯଦି ଆପଣଙ୍କର ହେମୋଗ୍ଲୋବିନର ୧୨.୫ କିମ୍ବା ତାଠାରେୁ ଅଧିକ ହୁଏ ତେବେ ଆପଣ ରକ୍ତଦାନ କରିପାରିବେ। ଯେଉଁ ଲୋକମାନେ ଉଚ୍ଚ ରକ୍ତ ଚାପ , ମଧୁମେୟ, ହୃଦ ରୋଗ ,କିଡନୀ ଭଳି ରୋଗରେ ପିଡୀତ ସେମାନେ ରକ୍ତ ଦାନ କରିବା ଉଚିତ ନୁହେଁ। ଯଦି ଆପଣ କୌଣସି ପ୍ରକାର ଟିକାକରଣ କରାଇଛନ୍ତି ତେବେ ଆପଣ ତାହାର ୧ମାସ ମଧ୍ୟରେ ରକ୍ତ ଦାନ କରିବା ଅନୁଚିତ। ଯଦି ଆପଣଙ୍କୁ ମ୍ୟାଲେରିଆ କିମ୍ବା ଡେଙ୍ଗୁ ଭଳି ରୋଗ ହୋଇଥାଏ ତେବେ ଆପଣ ଏହାର ୪ମାସ ପଯ୍ୟନ୍ତ ରକ୍ତଦାନ କରିବା ଅନୁଚିତ।

ଏହି ସାବଧାନତା ଅବଲମ୍ବନ କରନ୍ତୁ
ଯଦି ଆପଣ କାଲି ରକ୍ତ ଦେବାର ଅଛି ତେବେ ତାହାର ଗୋଟେ ଦିନ ପୂର୍ବରୁ ବହୁତ ପାଣି ପିଅନ୍ତୁ। ଜୁସ୍‍ ପିଅନ୍ତୁ କିମ୍ବା ସାଲାଡ ଭଳି ଖାଦ୍ୟ ଖାଆନ୍ତୁ। ଖାଲିପେଟରେ ରକ୍ତଦାନ କରିବା ଅନୁଚିତ। ରକ୍ତଦାନ କରିବାପରେ ସଙ୍ଗେ ସଙ୍ଗେ ନଉଠି କିଛି ସମୟ ବିଶ୍ରାମ କରି ଉଠନ୍ତୁ। ରକ୍ତଦାନ କରିବା ପରେ ପରେ ଗାଡି ଚଳେଇବା ,ସିଗାରେଟ ଟାଣିବା ଅନୁଚିତ। ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ। ରକ୍ତଦାନ କରିବାର ୨୪ଘଣ୍ଟା ଭିତରେ କୌଣସି ପାରିଶ୍ରମିକ କାମ କରିବା ଅନୁଚିତ।

kalyan agarbati
Leave A Reply