ସଂସ୍କାରୀ ଛୁଆ ଜନ୍ମ କର, ନହେଲେ ବନ୍ଧ୍ୟା ରୁହ : ବିଜେପି ବିଧାୟକ

0

ଗୁନା : ମଧ୍ୟପ୍ରଦେଶର ଗୁନା ବିଜେପି ବିଧାୟକ ପନ୍ନାଲାଲ ଶାକ୍ୟ ପୁଣି ଥରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଗୁନା ସରକାରୀ ମହାବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେ ମହିଳାମାନେ ସଂସ୍କାରି ଛୁଆ ଜନ୍ମ ଦେବା ଦରକାର, ଯଦି ସେ ଏହା ନ କରି ପାରୁଛନ୍ତି ତା ହେଲେ ବନ୍ଧ୍ୟା ରହିବା ଭଲ। ଏହା ବ୍ୟତୀତ ସେ କହିଥିଲେ, ମହିଳା ଦିବସ ପାଳନ କରିବା ଅନୁଚିତ। ଏହା ପାଶ୍ଚାତ୍ୟ ସଂସ୍କୃତିରୁ ଆସିଛି। ଆମ ଦେଶରେ ମହିଳାଙ୍କୁ ବର୍ଷରେ ଚାରି ଥର ପୂଜା କରାଯାଏ ବୋଲି ସେ କହିଥିଲେ। ସେ ଏହି କାର୍ଯ୍ୟକ୍ରମରେ କହିଥିଲେ କଂଗ୍ରେସ ଦଳ ଗରିବୀ ଦୂର କର କହି ସରକାର ଗଠନ କରିଥିଲା, କିନ୍ତୁ ସରକାରରେ ଆସିବା ପରେ ଗରୀବଙ୍କୁ ଦୁନିଆରୁ ଦୂର କରିଥିଲା। ଉଲ୍ଲେଖ ଯେ ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଇଟାଲୀରେ ହୋଇଥିବା ବିବାହକୁ ନେଇ ସେ ପ୍ରଶ୍ନ କରି ବିବାଦୀୟ ହୋଇଥିଲେ।

Leave A Reply