www.samajalive.in
Tuesday, December 9, 2025
15.1 C
Bhubaneswar

ପ୍ରଦୀପ ସରକାରଙ୍କ ଆଉ ଏକ ଚଳଚ୍ଚିତ୍ରରେ ଅଭିନୟ କରିବେ ବିଦ୍ୟା ବାଲାନ୍

ମୁମ୍ବଇ : ୨୦୦୫ରେ ପ୍ରଦୀପ ସରକାର ନିର୍ଦେଶିତ ‘ପରିଣୀତା’ରୁ  ବିଦ୍ୟା ବାଲାନ୍ ବଲିଉଡରେ କ୍ୟାରିୟର ଆରମ୍ଭ କରିଥିଲେ। ପ୍ରଥମ ଚଳଚ୍ଚିତ୍ରରେ ବିଦ୍ୟାଙ୍କ ଅଭିନୟର ଯାଦୁରେ ଉଭୟ ସମୀକ୍ଷକ ଓ ପ୍ରଶଂସକ ମହଲ ବାନ୍ଧି ହୋଇଥିଲେ। ଏହା ଭିତରେ ବିଦ୍ୟା ବିଭିନ୍ନ କାହାଣୀଭିତ୍ତିକ ଚଳଚ୍ଚିତ୍ରରେ ଅଭିନୟ କରି ଉଚ୍ଚ-ପ୍ରଶଂସିତ ହୋଇପାରିଛନ୍ତି। ‘ଡାର୍ଟି ପିକ୍‌ଚର’ରେ ତାଙ୍କର ଚମତ୍କାର ଅଭିନୟ ପରେ ବିଦ୍ୟାଙ୍କୁ ବଲିଉଡ ଦୌଡ଼ରେ ଅପ୍ରତିଦ୍ବନ୍ଦ୍ବୀର ପରିଚୟ ମିଳିଥିଲା। ଏହି ଅଭିନେତ୍ରୀଙ୍କ କ୍ୟାରିୟରକୁ ଶୀର୍ଷରେ ପହଞ୍ଚାଇଥିବାର ଶ୍ରେୟ ଏବେ ମଧ୍ୟ ପ୍ରଦୀପ ସରକାରଙ୍କୁ ହିଁ ଦିଆଯାଏ। ବିଦ୍ୟା ନିଜେ ମଧ୍ୟ ଅନେକଥର ଏ କଥା ସାକ୍ଷାତକାରରେ କହିଛନ୍ତି।

courtesy-firstpost

୧୪ ବର୍ଷ ପରେ ଦୁହେଁ ପୁଣି ଏକତ୍ର କାମ କରିବାକୁ ଯାଉଛନ୍ତି ବୋଲି ସ୍ପଷ୍ଟ ହୋଇଛି। ପ୍ରଦୀପ ସରକାର ଖୁବ୍ ଶୀଘ୍ର ବଙ୍ଗୀୟ ଅଭିନେତ୍ରୀ(ଲୋକପ୍ରିୟ ଥିଏଟର କଳାକାର) ନୀତି ବିନୋଦିନୀଙ୍କ ଉପରେ ଏକ ଚଳଚ୍ଚିତ୍ର ଆରମ୍ଭ କରିବାକୁ ଯାଉଛନ୍ତି। ମୁଖ୍ୟ ଭୂମିକାରେ ତଥା ନୀତିଙ୍କ ଚରିତ୍ରରେ ଅଭିନୟ ନିମନ୍ତେ ପ୍ରଦୀପଙ୍କ ପ୍ରଥମ ଓ ଶେଷ ପସନ୍ଦ ବିଦ୍ୟା ବାଲାନ୍। ଅଭିନେତ୍ରୀ ବିଦ୍ୟାଙ୍କୁ ଯେତେବେଳେ ଏ ପ୍ରସ୍ତାବ ଦିଆଗଲା, ସେ ତୁରନ୍ତ ସ୍ବୀକାର କରିଥିଲେ। କାରଣ ଏହା ଏକ ଦମଦାର୍‌ ଚରିତ୍ର ହେବା ସହ ସୁପରହିଟ୍ ନିର୍ଦେଶକ ପ୍ରଦୀପଙ୍କ ସହ କାମ କରିବାର ସୁଯୋଗ ପୁଣି ଦ୍ବିତୀୟ ଥର ବିଦ୍ୟା ପାଉଛନ୍ତି। ଏଣୁ ଏଭଳି ପ୍ରସ୍ତାବକୁ ହାତଛଡ଼ା କରିବାକୁ ଉଚିତ୍ ମଣିନାହାନ୍ତି ବିଦ୍ୟା ବାଲାନ୍।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories