ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟାକାଣ୍ଡ ଘଟଣା, ୩ ଜଣଙ୍କୁ ମିଳିଲା ଆଜୀବନ କାରାଦଣ୍ଡ

ଭବାନୀପାଟଣା: ସଦର ଥାନା ଅନ୍ତର୍ଗତ ଝିଙ୍କାପିଟା ଗାଁ ରେ ଗତ ୨୦୦୮ ମସିହାରେ ଗୁଣି ଗାରେଡ଼ି ହତ୍ୟାକାଣ୍ଡ ଘଟଣାର ଶୁଣାଣି କରି ଜିଲା ଦୋରଜଜ୍ ଦୀପ୍ତି ରଞ୍ଜନ କାନୁନଗୋ ତିନି ଜଣଙ୍କୁ ଦୋଷୀ ସାବ୍ୟସ୍ତ ସହ ଆଜୀବନ କାରାଦଣ୍ଡ ଆଦେଶ ଦେଇଛନ୍ତି। ଏଥିସହିତ ତିରିଶ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡାଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ ଗୁଣି ଗାରେଡ଼ି ସନ୍ଦେହରେ ଝୀଙ୍କାପିଟା ଗାଁର ମଦନ ମାଝିଙ୍କୁ ସେହି ଗ୍ରାମର ବୁଚୁ ମାଝି, ଲେବେ ଓରଫ ବେଞ୍ଜେ ମାଝି ଏବଂ ମକର ମାଝି ୨୦୦୮ ଅଗଷ୍ଟ ୩୦ ତାରିଖ ହତ୍ୟା କରିଥିବା ଅଭିଯୋଗ ହେଇଥିଲା। ଏ ସଂକ୍ରାନ୍ତରେ ମଦନଙ୍କ ସ୍ତ୍ରୀ ମୁଙ୍ଗେ ମାଝି ସଦର ଥାନାରେ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗକୁ ଭିତ୍ତିକରି ସଦର ଥାନାରେ ମାମଲା ରୁଜୁ ହୋଇଥିଲା। ସେହି ମାମଲାରେ ୧୭ ଜଣ ସାକ୍ଷୀଙ୍କ ବୟାନ ଏବଂ ପ୍ରମାଣକୁ ଭିତ୍ତି କରି ବିଚାରପତି ଆଜି ଦୋଷୀମାନଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଛନ୍ତି।

Comments are closed.