www.samajalive.in
Friday, December 5, 2025
19.1 C
Bhubaneswar

ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲା: ଦୋଷୀକୁ ୧୪ ବର୍ଷ ଜେଲ

ଭବାନୀପାଟଣା : ଜଣେ ନାବାଳିକା କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ସ୍ଥାନୀୟ ପୋକ୍ସ କୋର୍ଟ ଦୋଷୀକୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି। ଭବାନୀପାଟଣା ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ଶୁଭଞ୍ଜନ ମହାନ୍ତି , ୧୮ ଜଣ ସାକ୍ଷୀ ଏବଂ ୧୯ ଟି ପ୍ରମାଣ ଆଧାରରେ ଅଭିଯୁକ୍ତ ଧର୍ମେନ୍ଦ୍ର ହରପଲ୍ (୨୮) କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ଦୋଷୀକୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୮୦ ହଜାର ଜୋରିମାନା ଆଦେଶ ମଧ୍ୟ ଦେଇଛନ୍ତି।ଏହି ମାମଲା କୁ ସରକାରୀ ଓକିଲ ରୋହିତ କୁମାର ମିଶ୍ର ପରିଚାଳନା କରୁଥିଲେ। ଅଭିଯୁକ୍ତ ପକ୍ଷରୁ ଡିଏଲଏସଏ ଡେପୁଟି ଚିଫ ଯଶୋବନ୍ତ ନାଏକ ପରିଚାଳନା କରୁଥିଲେ। ସୂଚନା ଅନୁଯାୟୀ  ୨୦୧୫ ମାର୍ଚ୍ଚ ୧୯ ରେ ଧର୍ମଗଡ ଥାନାରେ ପୀଡିତା ନାବାଳିକାର ମାଁ ଙ୍କ ଅଭିଯୋଗକ୍ରମେ ଏକ ନିଖୋଜ ମାମଲା ରୁଜୁ ହେଇଥିଲା। ପୁଲିସର ତଦନ୍ତ ବେଳେ ତାହା ଅପହରଣ ଏବଂ ଦୁଷ୍କର୍ମ ବୋଲି ଜଣା ପଡିଥିଲା।

- Advertisement -

ଏହି ଘଟଣାରେ ଥାନାଧିକରି ସୁଚିତ୍ରା ପରିଡ଼ା କେବଡି ଗାଁ ର ଅଭିଯୁକ୍ତ ଧର୍ମେନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଆଜି ବିଚାରପତି ଏହି ମାମଲା ର ଚୂଡ଼ାନ୍ତ ଶୁଣାଣି ପରେ ଅଭିଯୁକ୍ତ କୁ ଦୋଷୀ ସାବ୍ୟସ୍ତ କରି ୧୪ ବର୍ଷ ସଶ୍ରମ କାରାଦଣ୍ଡ  ଆଦେଶ ଦେଇଥିଲେ। ଏଥି ସହିତ ଅଭିଯୁକ୍ତ ଠାରୁ ୮୦ ହଜାର ଅର୍ଥଦଣ୍ଡଦେଶ ଦେଇଥିଲେ। ପୀଡିତା କୁ ୬ ଲକ୍ଷ ଟଙ୍କା କ୍ଷତିପୁରଣ ପ୍ରଦାନ ପାଇଁ ଡିଏଲଏସଏକୁ ଆଦେଶ ଦେଇଥିଲେ।

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories