www.samajalive.in
Sunday, December 7, 2025
14.1 C
Bhubaneswar

ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲା: ଦୋଷୀକୁ ୧୪ ବର୍ଷ ଜେଲ

ଭବାନୀପାଟଣା : ଜଣେ ନାବାଳିକା କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ସ୍ଥାନୀୟ ପୋକ୍ସ କୋର୍ଟ ଦୋଷୀକୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି। ଭବାନୀପାଟଣା ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ଶୁଭଞ୍ଜନ ମହାନ୍ତି , ୧୮ ଜଣ ସାକ୍ଷୀ ଏବଂ ୧୯ ଟି ପ୍ରମାଣ ଆଧାରରେ ଅଭିଯୁକ୍ତ ଧର୍ମେନ୍ଦ୍ର ହରପଲ୍ (୨୮) କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ଦୋଷୀକୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୮୦ ହଜାର ଜୋରିମାନା ଆଦେଶ ମଧ୍ୟ ଦେଇଛନ୍ତି।ଏହି ମାମଲା କୁ ସରକାରୀ ଓକିଲ ରୋହିତ କୁମାର ମିଶ୍ର ପରିଚାଳନା କରୁଥିଲେ। ଅଭିଯୁକ୍ତ ପକ୍ଷରୁ ଡିଏଲଏସଏ ଡେପୁଟି ଚିଫ ଯଶୋବନ୍ତ ନାଏକ ପରିଚାଳନା କରୁଥିଲେ। ସୂଚନା ଅନୁଯାୟୀ  ୨୦୧୫ ମାର୍ଚ୍ଚ ୧୯ ରେ ଧର୍ମଗଡ ଥାନାରେ ପୀଡିତା ନାବାଳିକାର ମାଁ ଙ୍କ ଅଭିଯୋଗକ୍ରମେ ଏକ ନିଖୋଜ ମାମଲା ରୁଜୁ ହେଇଥିଲା। ପୁଲିସର ତଦନ୍ତ ବେଳେ ତାହା ଅପହରଣ ଏବଂ ଦୁଷ୍କର୍ମ ବୋଲି ଜଣା ପଡିଥିଲା।

- Advertisement -

ଏହି ଘଟଣାରେ ଥାନାଧିକରି ସୁଚିତ୍ରା ପରିଡ଼ା କେବଡି ଗାଁ ର ଅଭିଯୁକ୍ତ ଧର୍ମେନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଆଜି ବିଚାରପତି ଏହି ମାମଲା ର ଚୂଡ଼ାନ୍ତ ଶୁଣାଣି ପରେ ଅଭିଯୁକ୍ତ କୁ ଦୋଷୀ ସାବ୍ୟସ୍ତ କରି ୧୪ ବର୍ଷ ସଶ୍ରମ କାରାଦଣ୍ଡ  ଆଦେଶ ଦେଇଥିଲେ। ଏଥି ସହିତ ଅଭିଯୁକ୍ତ ଠାରୁ ୮୦ ହଜାର ଅର୍ଥଦଣ୍ଡଦେଶ ଦେଇଥିଲେ। ପୀଡିତା କୁ ୬ ଲକ୍ଷ ଟଙ୍କା କ୍ଷତିପୁରଣ ପ୍ରଦାନ ପାଇଁ ଡିଏଲଏସଏକୁ ଆଦେଶ ଦେଇଥିଲେ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories