www.samajalive.in
Thursday, December 11, 2025
16.1 C
Bhubaneswar

ଡୋକରୀଚଞ୍ଚରା : ପିକନିକ ପାଇଁ ଜମୁଛି ପର୍ଯ୍ୟଟକଙ୍କ ଭିଡ

ଭବାନୀପାଟଣା: କଳାହାଣ୍ଡି ନବରଙ୍ଗପୁର ସୀମାନ୍ତରେ ପ୍ରାକୃତିକ ଶୋଭା ରାଜିରେ ଭରପୁର କୋକସରା ବ୍ଲକର  ଡୋକରୀଚଞ୍ଚରାରେ ପିକନିକ ପାଇଁ ଏବେ ପ୍ରବଳ ଜନ ସମାଗମ ହେଉଛି। ବିଜୁ ଏକ୍ସପ୍ରେସ ୱେ ହେବାପରେ ଏହି ପର୍ଯ୍ୟଟନ ସ୍ଥଳୀକୁ ପର୍ଯ୍ୟଟକ ଙ୍କ ଭିଡ଼ ପରିଲକ୍ଷିତ ହେଉଛି। ଏଠାରେ ଥିବା ୪ ଟି ଛୋଟ ବଡ ଜଳପ୍ରପାତ ମଧ୍ୟରୁ ଡୋକରୀଦର ଓ ଭୈରବଧାର ଦୁଇଟି ବୃହତ ଜଳପ୍ରପାତରେ ପ୍ରାୟ ୨ ଶହ ଫୁଟ ଉପରୁ ପାଣି ପଡୁଛି। ଭୈରବଧାର ଜଳପ୍ରପାତ ରେ ଉପରୁ ପଡୁଥିବା ପାଣି ବିକଟାଳ ଗର୍ଜନ କରୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଏହାକୁ ଭଏଁରାଘୁମର ଜଳପ୍ରପାତ ଭାବେ ପରିଚିତ। ସେହିପରି  ସାନ ଭଏଁରା ଓ ଚିଡିଚିଡି, ସୀତା କୁଣ୍ଡ ଜଳପ୍ରପାତ ସମେତ ଅନ୍ୟ ଛୋଟ ଝରଣା ମଧ୍ୟ ରହିଛି।

ଭଏଁରା ଦର ଯିବାପାଇଁ ଚଢ଼ା ଉଠା ପାଦଚଲା ରାସ୍ତାରେ ୨ କିଲୋମିଟର ଜଙ୍ଗଲ ମଧ୍ୟରେ  ଯିବାକୁ ପଡିଥାଏ। ହେଲେ ଡୋକରୀଚଞ୍ଚରା ନିକଟରେ ଥିବା ଡୋକରୀଦର ଜଳପ୍ରପାତ କୁ ଯିବା ପାଇଁ ପାହାଚ ନିର୍ମାଣ ହୋଇଥିବାରୁ ଏଠାରେ ପର୍ଯ୍ୟଟକଙ୍କ ଭିଡ ଜମୁଛି। ପୂର୍ବଘାଟ ପର୍ବତମାଳା ର ଡୋକରୀ ପାହାଡ ଓଡ଼ିଶାର ସର୍ବ ବୃହତ ରେପଲିଙ୍ଗ ପଏଣ୍ଟ ହୋଇଥିବା ବେଳେ ତାକୁ ଲାଗି ରହିଥିବା ଏକ ବିସ୍ତୀର୍ଣ୍ଣ ପଥର ଚଟାଣ କୁ ଡୋକରୀଚଞ୍ଚରା କୁହାଯାଏ। ଏହି ଚଞ୍ଚରା ଏତେ ବଡ ପଥର ଶଯ୍ୟା ଯେ ଶହ ଶହ ପିକନିକ ଦଳ ଏକା ସାଙ୍ଗରେ ରୋଷେଇ କରି ବଣ ଭୋଜିର ମଜା ନିଅନ୍ତି।

- Advertisement -

ପ୍ରାକୃତିକ, ପୌରାଣିକ ଏବଂ ପ୍ରାଗ ଐତିହାସିକ ଯୁଗର ସଂଗମସ୍ଥଳ ହେଇଥିବାରୁ ସମସ୍ତବର୍ଗ ର ପର୍ଯ୍ୟଟକଙ୍କ ଏଠାକୁ ଧାଇଁ ଆସନ୍ତି।   ପାହାଡ ଉପରେ ପ୍ରାଗ ଐତିହାସିକ ଯୁଗର ଗୁଡହାଣ୍ଡି ଗୁମ୍ଫାଚିତ୍ର ଗବେଷକ ଙ୍କ ପାଇଁ ଆକର୍ଷଣ ର କେନ୍ଦ୍ର ବିନ୍ଦୁ ପାଲଟେ। ସେହିପରି ପ୍ରଭୁ ରାମଚନ୍ଦ୍ର ବନବାସ ଯିବା ବେଳେ ଏଠାରେ କିଛି ସମୟ ବିଶ୍ରାମ ନେଇଥିବା ବିଶ୍ୱାସ ରହିଛି। ପୁଣି ଏଠାରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଙ୍କ ମନ୍ଦିର ସହ ଶିବ ମନ୍ଦିର, ଡୋକରୀ ଦେବୀ ପୂଜା ପାଉଛନ୍ତି।

ଏଣୁ ଏହି ସ୍ଥାନଟି ମଧୁମାଧବ ତୀର୍ଥ କ୍ଷେତ୍ର ଭାବେ ମାନ୍ୟତା ପାଇଛି। ଏଠାକାର ଜଙ୍ଗଲ ପରିବେଷ୍ଟିତ ଶାନ୍ତ ଓ ସବୁଜ ପରିବେଶରେ ପିକନିକ୍ କରିବାରେ ନିଆରା ଅନୁଭୁତି ମିଲୁଥିବା ପର୍ଯ୍ୟଟକ ମାନେ କୁହନ୍ତି। କିଛି ମାତ୍ରାରେ ଏହାର ଉନ୍ନତି କରଣ ହୋଇ ସାରିଥିବା ବେଳେ ଭକ୍ତ ତଥା ପର୍ଯ୍ୟଟକ ମାନଙ୍କ ପାଇଁ ଶୌଚାଳୟ, ପାନୀୟ ଜଳ, ବିଦ୍ୟୁତୀକରଣ ସୁବିଧା ନାହିଁ।

ସେହିପରି ଏଠାରେ କୌଣସି ମୋବାଇଲ ନେଟୱାର୍କ ନଥିବା ଯୋଗୁଁ ହଇରାଣର ସମ୍ମୁଖୀନ ହେବାକୁ ପଡୁଛି। ତଥାପି ପିକନିକ ଋତୁରେ ଏଠାକୁ କଳାହାଣ୍ଡି ସମେତ ନବରଙ୍ଗପୁର ଏବଂ ପଡୋଶୀ ଛତିଶଗଡର ହଜାର ହଜାର ପର୍ଯ୍ୟଟକ ଛୁଟି ଆସନ୍ତି। ତେବେ ଏହାର ଆହୁରି ଉନ୍ନତି କରାଗଲେ ଏହିସ୍ଥାନ ଇକୋ ଟୁରିଜମ ର ପ୍ରମୁଖ ସ୍ଥାନ ଭାବେ ପରିଗଣିତ ହୁଅନ୍ତା।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories