ସୁନ୍ଦର ତ୍ୱଚା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ

0

ଅଧିକାଂଶ ଲୋକ ସୁନ୍ଦର ଦେଖାଯିବା ପାଇଁ ଇଚ୍ଛା ପ୍ରକାଶ କରିଥାଆନ୍ତି। ଏଥିପାଇଁ ବିଭିନ୍ନ ପ୍ରକାରର ପ୍ରସାଧନ ବ୍ୟବହାର କରନ୍ତି। ମାତ୍ର ଏପରି କିଛି ଘରୋଇ ଉପାୟ ଅଛି ଯାହା ଫଳରେ ଆପଣଙ୍କର ତ୍ୱଚା ଉଜ୍ୱଳ ଓ ସୁନ୍ଦର ଦେଖାଯିବ।
କିଛି କଞ୍ଚା କ୍ଷୀରକୁ ରାତିରେ ଫ୍ରିଜ୍‍ ରଖି ସକାଳେ ଏଥିରେ ସାମାନ୍ୟ ଲେମ୍ବୁ ଚୁପୁଡ଼ି ଏହାକୁ ସଙ୍ଗେ ସଙ୍ଗେ ମୁହଁରେ ଲଗାନ୍ତୁ ଓ ଏହାର ଚତ୍ମତକାର ଦେଖନ୍ତୁ।
ଏହାକୁ ନିୟମିତ ଲଗାଇଲେ ଏକ ମାସରେ ଆଶ୍ଚର୍ଯ୍ୟଜନକ ଫଳ ଦେଇଥାଏ। ଏହା ତ୍ୱଚାକୁ ଚିକ୍କଣ ରଖିବାସହ ସଫା ଓ ସୁନ୍ଦର କରିଦିଏ।
ମହୁ – ମହୁ ତ୍ୱଚା ପାଇଁ ଖୁବ୍‍ ଲାଭପ୍ରଦ ଅଟେ। ପ୍ରତି ୨ ଦିନରେ ଥରେ ଖାଲି ମହୁ ଲଗାଇଲେ ଏହା ମୁହଁକୁ ଚିକ୍କଣ ରଖିବା ସହ ଏହାର ଚମକ ମଧ୍ୟ ବଢାଇଥାଏ।
କଦଳୀ ଓ ଅଟା – କଦଳୀ ଓ ଅଟାକୁ ଚକଟି ଏଥିରେ କିଛି କ୍ଷୀର ମିଶାଇ କିଛି ସମୟ ରଖନ୍ତୁ।ଏହି ପେଷ୍ଟକୁ ତ୍ୱଚାରେ ଲଗାଇ୧୫ ରୁ ୨୦ ମିନିଟ୍‍ ରଖନ୍ତୁ। ଏହା ପରେ ଥଣ୍ଡା ପାଣି ମୁହଁକୁ ଧୋଇ ଦିଅନ୍ତୁ। ପ୍ରତି ୪ ଦିନକୁ ଥରେ ଏହା ଲଗାଇଲେ ଏହା ଖୁବ୍‍ ଉତ୍ତମ ଫଳ ଦେଇଥାଏ।

prayash

kalyan agarbati
Leave A Reply