www.samajalive.in
Monday, December 15, 2025
24.1 C
Bhubaneswar

ଯୁବତୀଙ୍କୁ ପ୍ରେମ ପ୍ରତାରଣା; ବନ୍ଧା ହେଲେ ଏୟାର ଫୋର୍ସର ଯବାନ

ଭୁବନେଶ୍ବର: ମହଙ୍ଗା ପଡିଲା ଲଭ୍‌, ସେକ୍ସ ଆଉ ଧୋକା। ଯୁବତୀଙ୍କ ସହ ପ୍ରେମ ପ୍ରତାରଣା କରିଥିବା ଅଭିଯୋଗରେ ଏୟାର ଫୋର୍ସର ଜଣେ ଯବାନଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଯବାନ ଜଣକ ନୟାଗଡ ଇଟାମାଟି ଅଞ୍ଚଳର ଗୋଲକ ବିହାରୀ ଦୀକ୍ଷିତ ଓରଫ ଗୋପାଳ ବୋଲି ଜଣାପଡିଛି। ଗୋଲକ ବିହାରୀଙ୍କୁ ବଡଗଡ ଥାନା ପୁଲିସ୍‌ ଭୁବନେଶ୍ଵର ମାର୍କେଟ୍ ବିଲ୍ଡିଂ ଅଞ୍ଚଳରୁ ଗିରଫ କରିଛି। ସେ ଲଦାଖରେ କାର୍ଯ୍ୟରତ ଥିଲେ। ବଡଗଡ ଥାନା ଅଞ୍ଚଳରେ ରହୁଥିବା ଯୁବତୀଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଛି ।

ବିଜେବି କଲେଜରେ ପାଠ ପଢୁଥିବା ସମୟରେ ଅଭିଯୋଗକାରିଣୀଙ୍କ ସହ ଗୋଲକଙ୍କର ପ୍ରେମ ସମ୍ପର୍କଗଢି ଉଠିଥିଲା। ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହେବାରେ ଲାଗିଥିଲା । ପରେ ଗୋଲକ ବିହାରୀ ପ୍ରତାରିତ କରିଥିବା ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତା । ଅଭିଯୋଗ ଆଧାରରେ ବଡ଼ଗଡ଼ ଥାନା ପୁଲିସ୍‌ ତାଙ୍କୁ ଗିରଫ କରିଛି । ବିଏନଏସ୍ ର ବିଭିନ୍ନ ଧାରାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଆସନ୍ତାକାଲି ଅଭିଯୁକ୍ତ ଜଣକ ଲଦାଖ ଯିବାକୁ ଯୋଜନା କରୁଥିବାବେଳେ ପୁଲିସ୍ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories