www.samajalive.in
Wednesday, December 10, 2025
23.1 C
Bhubaneswar

ବିଷାକ୍ତ ପାଉଁଶ ବୋଝଇ ଟ୍ରକ ଦୁର୍ଘଟଣାରେ ବାବାଙ୍କ ମୃତ୍ୟୁ

ରେଢ଼ାଖୋଲ: ୫୫ ନଂ ଜାତୀୟ ରାଜପଥ ରେଢ଼ାଖୋଲ ଡାକ୍ତରଖାନା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସଡକ ଦୁର୍ଘଟଣାରେ ଜଣେ ବାବାଙ୍କର ମୃତ୍ୟୁ ଘଟିଛି। ମୃତକ ରେଢ଼ାଖୋଲ ଥାନା ବୈଷ୍ଣବ ଝୁଲୀ କ୍ରିୟା ଯୋଗ ଆଶ୍ରମ ରେ ରହିଥିବା ଗୋଶାଳା ରେ ଗୋ ସେବା କରୁଥିବା ବାବା ରଜନୀ କାନ୍ତ ନାଏକ ବୋଲି ଜଣାପଡିଛି। ସୂଚନା ଅନୁସାରେ ରେଢ଼ାଖୋଲ ସହର ମଧ୍ୟ ଦେଇ ୫୫ ନଂ ଜାତୀୟ ରାଜ ପଥଟି ଯାଇଛି।

ଗତ କିଛି ଦିନ ହେବ ସହର ମଧ୍ୟ ଦେଇ ବେପରୁଆ ଭାବେ ସମ୍ପୂର୍ଣ ସରକାରୀ ଆଇନ କୁ ଉଲ୍ଲଙ୍ଘନ କରି ଶହ ଶହ ଭାରୀ ଯାନ ବିଷାକ୍ତ ପାଉଁଶ ବୋଝେଇ ପରିବହନ କରୁଛନ୍ତି। ଏପରିକି ଗାଡି ଗୁଡିକ ପରିବହନ ସମୟରେ ସାବଧାନତା ଅବଲମ୍ବନ କରୁ ନଥିବା ଯୋଗୁଁ ରାସ୍ତା ସାରା ପାଉଁଶ ଗୁଣ୍ଡ ପଡି ଅସ୍ୱାସ୍ଥ୍ୟ ର ପରିସ୍ଥିତି ଉପୁଜି ସହରବାସୀ ଅଣନିଶ୍ୱାସୀ ହୋଇ ପଡିଛନ୍ତି। ଏହାକୁ ନେଇ ପୂର୍ବରୁ ବିଭିନ୍ନ ସଂଗଠନ ତରଫରୁ ରାସ୍ତା ରୋକ ଶହ ଆନ୍ଦୋଳନ କରାଯାଇଥିବା ନଜିର ଅଛି। ଆଜି ସହର ମଧ୍ୟରେ ପାଉଁଶ ପରିବହନ ବନ୍ଦ କରିବା ଦାବିରେ ଦୁର୍ଘଟଣା ସ୍ଥଳରେ ରାସ୍ତାରୋକ କରାଯାଇଛି। ସହର ମଧ୍ୟରେ ପାଉଁଶ ଗାଡି ଯାତାୟାତ ବନ୍ଦ କରାଯାଉ ବୋଲି ନାଗରିକ କମିଟି ଦାବି କରିଛି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories