ଅଛେଦିନ ପରିବର୍ତ୍ତେ ଦିନକୁ ଦିନ ବଢୁଛି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର-ଭିକେ ପାଣ୍ଡିଆନ

ବାସୁଦେବପୁର: ଡବଲ ଇଞ୍ଜିନ ସରକାର ଚାଲୁଥିବା ରାଜ୍ୟ ଠାରୁ ଦ୍ରୁତ ଗତିରେ ବିକାଶ ଚାଲିଛି ଓଡିଶା ମାଟିରେ । ଆୟୁଷ୍ମାନ ଯୋଜନାରେ କେବଳ ବିପିଏଲ ପରିବାର ଅନ୍ତର୍ବୁକ୍ତ ହୋଇପାରିବେ । ଅଛେଦିନ ପରିବର୍ତ୍ତେ ଦିନକୁ ଦିନ ବଢୁଛି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର । ଷଷ୍ଠ ଥର ଭାବରେ ମୁଖ୍ୟମନ୍ତ୍ରୀ ଭାବରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାର ପ୍ରଥମ ଦିନରେ ମାଗଣା ବିଜୁଳି କାର୍ଯ୍ୟକାରୀ କରାଯିବା ସହିତ ସମସ୍ତ ବର୍ଗକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯିବ ବୋଲି ସାଧାରଣ ନିର୍ବାଚନକୁ ନେଇ ଆଜି ବାସୁଦେବପୁର ଗସ୍ଥରେ ଆସି ବିରୋଧୀ ବିଜେପି କୁ ଏପରି ଆକ୍ଷେପ କରିଛନ୍ତି ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିୟାନ ।

ସ୍ଥାନୀୟ ଅଞ୍ଚଳର ବିକାଶକୁ ଗୁରୁତ୍ୱ ଦେଇ ଆସୁଥିବା ବିଜୁ ଜନତା ଦଳ ବିକାଶର ଧାରାରେ ସାମିଲ ହୋଇ ବିଜେଡି ପ୍ରାର୍ଥୀମାନଙ୍କ ପାଇଁ ଯୋଡି ଶଙ୍ଖରେ ଭୋଟ ଭିକ୍ଷା କରିଥିଲେ । ପୁର୍ବରୁ ଦେଇଥିବା ପ୍ରତିଶ୍ରୁତି ମିଛରେ ପରିଣତ ହୋଇଛି । ୨୦୨୪ ନିର୍ବାଚନ ପରେ ଖୋଜିଲେବି ସେମାନଙ୍କୁ ପାଇବେନି ।  ଅଟଳବିହାରୀ କଲେଜ ପଡିଆରେ ଅସ୍ଥାୟୀ ହେଲିପେଡରେ ଅବତରଣ ପରେ ଯାଦବ ପଡିଆ ଠାରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇଥିଲେ । ଏହି ଅବସରରେ ବିଜେଡି ସାଂସଦ ପ୍ରାର୍ଥିନୀ ମଞ୍ଜୁଲତା ମଣ୍ଡଳ ଓ ବାସୁଦେବପୁର ବିଧାୟକ ପ୍ରାର୍ଥୀ ବିଷ୍ଣୁବ୍ରତ ରାଉତରାୟ ଯୋଗଦେଇ ଯୋଡିଶଙ୍ଖରେ ଭୋଟଭିକ୍ଷା କରିଥିଲେ । ଏହି ଅବସରରେ କୋଡିଏ ହଜାରରୁ ଉର୍ଦ୍ଧ ବିଜେଡି କର୍ମୀ ଓ ସମର୍ଥକମାନେ ଯୋଗଦେଇଥିଲେ ।

Comments are closed.