ବାଉଁଶରେ ଜଳ ଯୋଗାଣ

0

ଫୁଲବାଣୀ: ଉପାୟ ଥିଲେ ଅସମ୍ଭବ ବି ସମ୍ଭବ। ଏହା କରି ଦେଖାଇଛନ୍ତି ଏକ ନିପଟ ଆଦିବାସୀ ଗ୍ରାମର ଜନସାଧାରଣ। ବିନା ବୈଷୟିକ ଜ୍ଞାନକୌଶଳରେ ଉପଲବ୍ଧ ପ୍ରାକୃତିକ ସାମଗ୍ରୀକୁ ନେଇ ଦୀର୍ଘଦିନର ପାଣି ସମସ୍ୟାର ସମାଧାନ କରିଛନ୍ତି ଗ୍ରାମବାସୀ। ପାଣି ସମସ୍ୟା ନେଇ ସରକାରଙ୍କୁ ବାରମ୍ବାର ଜଣାଇ କିଛି ଫଳ ନପାଇବାରୁ ଗ୍ରାମବାସୀ ଚିନ୍ତା କରି ଅଭିନବ ଉପାୟରେ ଗ୍ରାମକୁ ଜଳ ଯୋଗାଣ କରିଛନ୍ତି। ପ୍ରାୟ ୨ କିଲୋମିଟର ଦୂର ପର୍ଯ୍ୟନ୍ତ ବାଉଁଶକୁ ବାଉଁଶ ଯୋଡି ପାହାଡ ଉପରୁ ବହି ଯାଉଥିବା ଝରଣା ଜଳକୁ ଗାଁରେ ପହଞ୍ଚାଇ ତୃଷା ନିବାରଣ କରି ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ନିସ୍କି ଗ୍ରାମର ଜନସାଧାରଣ। ଶହ ଶହ ବର୍ଷ ଧରି ପ୍ରକୃତି କୋଳରେ ଡଙ୍ଗର ମଝିରେ ଜୀବନ ବିତାଉଥିବା ପ୍ରକୃତିର ମଣିଷ ପ୍ରକୃତିର ସହାୟତା ନିଏ। ଚିନ୍ତା କରି ଉପାୟ ବାହାର କଲେ ଗ୍ରାମବାସୀ।

prayash

ବାଉଁଶ ମାଧ୍ୟମରେ ବାଉଁଶ ପାଣି ପାଇପ କରି ଗାଁକୁ ପାନୀୟ ଜଳ ଯୋଗାଣ କଲେ। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସୋନପୁର ପଞ୍ଚାୟତର ନିସ୍କି ଗାଁର ଶତାଧିକ ଗ୍ରାମବାସୀ ନିଜେ ଶ୍ରମଦାନ କରି ଏପରି ଅଭିନବ ଉପାୟରେ ଗାଁକୁ ପାନୀୟ ଜଳ ଯୋଗାଣ କରିପାରିଛନ୍ତି। ଦୁଇ ସପ୍ତାହ ସମୟ ମଧ୍ୟରେ ଗ୍ରାମବାସୀଙ୍କ ଉଦ୍ୟମରେ ପାହାଡ ଉପର ଚିରସ୍ରୋତା ଝରଣାରୁ ଗାଁକୁ ପାଣି ଆସି ପାରିଛି। ବିନା ଇଞ୍ଜିନିୟର ଓ ବୈଷୟିକ ସହାୟତାରେ ଗ୍ରାଭିଟେସନାଲ ଫୋର୍ସକୁ ଉପଯୋଗ କରି ପୁଣି ବାଉଁଶ ମାଧ୍ୟମରେ ଗ୍ରାମବାସୀ ଗାଁକୁ ପାନୀୟ ଜଳ ଯୋଗାଣ କରିବା ସହିତ ନିର୍ମିତ କୁଣ୍ଡରେ ଜଳ ସଞ୍ଚୟ କରିଛନ୍ତି। ଜିଲାର ୨୪ଟି ପଞ୍ଚାୟତକୁ ନେଇ ଗଠିତ ସର୍ବବୃହତ ଦାରିଙ୍ଗବାଡି ବ୍ଲକର ଅତ୍ୟନ୍ତ ମାଓ ପ୍ରବଣ ସୋନପୁର ପଞ୍ଚାୟତର ଏହି ଗାଁକୁ ଗଞ୍ଜାମର ମାଓପ୍ରବଣ ଗାଜଲବାଡିକୁ ଲାଗିଛି। ଘାଟି ପାହାଡ ଘେରା ନିସ୍କି ଗାଁରେ ୩୬ ପରିବାରର ୧୪୩ ଗ୍ରାମବାସୀଙ୍କ ପାଇଁ ମୁଖ୍ୟ ସମସ୍ୟା ଥିଲା ପାନୀୟ ଜଳ। ଦୀର୍ଘ ଦୁଇ କିଲୋମିଟର ପାହାଡ ଉପରକୁ ଉଠି ଝରଣାରୁ ପାଣି ଆଣିବାକୁ ହେଉଥିବା ବେଳେ ଆଡିବନ୍ଧ କିମ୍ବା ଅନ୍ୟ କିଛି ଉପାୟରେ ପାଣି ସଂଯୋଗ ପାଇଁ ନେହୁରା ହୋଇଥିଲେ ବ୍ଲକ ପ୍ରଶାସନ ନିକଟରେ। କିନ୍ତୁ କୌଣସି ଫଳ ହେଲାନାହିଁ ଏବଂ ଶେଷରେ ଆମେ ଏଭଳି ଚିନ୍ତା କଲୁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ପାରମ୍ପରିକ ଭାବେ ପୂର୍ବଜମାନେ ଏପରି ପ୍ରକୃତିକୁ ନେଇ ସବୁ କଛି ସରଞ୍ଜାମ ତିଆରି କରୁଥିଲେ। ଫଳରେ ଚିନ୍ତା କରି ବାଉଁଶ ସଂଗ୍ରହ କରିବା ପରେ ସେଗୁଡିକୁ ଯୋଡି ଏପରି ପାଇପ ତିଆରି କରିବା ସହିତ ଗାଁ ମୁଣ୍ଡକୁ ଜଳ ସଂଯୋଗ କରି ପାରିଛୁ ବୋଲି କହିଛନ୍ତି ଗଗନ ମୁଠାମାଝି। ଏଥିପାଇଁ ସ୍ଥାନୀୟ ସବୁଜ ବୈଦ୍ୟ ସଂଗଠନ ସହାୟତା କରିଥିିବା ବେଳେ ଗୁଞ୍ଜ ନାମକ ଏକ ଜାତୀୟ ସ୍ୱେଚ୍ଛାସେବୀ ସଂଗଠନ

Leave A Reply